ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଗୁରୁବାର ପରିଷଦର ତୃତୀୟ ବୈଠକ ଆୟୋଜିତ ହୋଇଯାଇଛି। ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ଏମ୍ଇ ରବିନ କୁମାର ଦାସ ପ୍ରତିନିଧିତ୍ଵ କରିଥିଲେ।ବୈଠକ ଆରମ୍ଭରେ ପୂର୍ବତନ ପୌରାଧକ୍ଷ ତଥା ବରିଷ୍ଠ କାଉନସିଲର ସୁକାନ୍ତି ଦାସ ଗତ ଦିନ ମାନଙ୍କରେ ବିଭିନ୍ନ ୱାର୍ଡରେ ୫୯ ଟି କାମ ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ସେଥିରୁ ଅର୍ଦ୍ଧାଧିକ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ଅଭିଯୋଗ କରିଥିଲେ। କିଛି କାଉନସିଲର ପୋୖର କର୍ମଚାରୀ ମାନେ ପାରିସଦଙ୍କ କଥା ଶୁଣୁ ନଥିବା ଅଭିଯୋଗ କରିଥିଲେ। ସେହିଭଳି ବର୍ଷା ଦିନେ ଗରିବ ଉଠାଦୋକାନୀଙ୍କୁ ଉଚ୍ଛେଦ ନକରିବାକୁ ପ୍ରସ୍ତାବ ଦେଇଥିଲେ। ଉଚ୍ଛେଦ ପୂର୍ବରୁକା ଉନସିଲରଙ୍କ ମତ ନେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ବର୍ଷା ଦିନ ଅସିଯାଇଥିବାରୁ ପରିମଳ ବ୍ୟବସ୍ଥାକୁ ସୁଧାରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଅନୁଗୁଳ ପୌରପାଳିକାର ତୃତୀୟ ବୈଠକ ଅନୁଗୁଳ
- Post published:July 1, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul