ଅନୁଗୁଳ କପ କ୍ରିକେଟ: ଫାଇନାଲରେ ୟୁନିଅନ୍ ସ୍ପୋର୍ଟିଂ

You are currently viewing ଅନୁଗୁଳ କପ କ୍ରିକେଟ: ଫାଇନାଲରେ ୟୁନିଅନ୍ ସ୍ପୋର୍ଟିଂ

ଅନୁଗୁଳ: ଆଜି ଅନୁଗୁଳ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସୀୟ ପ୍ରଥମ ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟ କଟକ ଓ ନାଇଡୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ଭିଲାଇ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚରେ ରାଇଜି ଷ୍ଟୁଡେଣ୍ଟ ଦଳ ଟସ୍ ଜିତି ବ୍ୟାଟିଂ କରିଥିଲେ। ରାଇଜି ଷ୍ଟୁଡେଣ୍ଟ ଦଳ ୧୯.୧ ଓଭରରେ ୧୦୨ ରନ୍ କରି ଅଲଆଉଟ୍ ହୋଇଥିଲେ। ଜବାବରେ ଏନ.ଏନ.ସି.ଏ. ଭିଲାଇ ୧୭.୩ ଓଭରରେ ୯ ଉଇକେଟ୍ ହରାଇ ୧୦୩ ରନ୍ କରି ବିଜୟ ଲାଭ କରିଛି। ଆସନ୍ତାକାଲି ଦଳ ୨ୟ ସେମିଫାଇନାଲ ଖେଳିବ। ଭିଲାଇ ଦଳର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମହେନ୍ଦ୍ର ଚେଲାକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସଞ୍ଜିବ ସାହୁ ଓ ଟ୍ରକ୍ ମାଲିକ ସଂଘର ସଭାପତି ଅମ୍ବିକା ଭଟ୍ଟ ପୁରସ୍କାର ପ୍ରଦାନ କରିଥିଲେ।
ଏ ଅବସରରେ ଅଶୋକ ମହାନ୍ତି, ଅନୁଗୁଳ ଥାନା ଆଇ.ଆଇ.ସି. ପ୍ରଭାତ ତ୍ରିପାଠୀ, ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସଂଘର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚକୁ ମହେଶ ମୁନସି ଓ ଅସିତ୍ ପଟ୍ଟନାୟକ ପରିଚାଳନା କରିଥିଲେ ।
ଅନ୍ୟପଟେ ଅପରାହ୍ନରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ୟୁନିଅନ୍ ସ୍ପୋଟିଂ କଟକ ଓ ଓଡିଶା ପୋଷ୍ଟାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଓଡ଼ିଶା ପୋଷ୍ଟାଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୮.୫ ଓଭରରେ ମାତ୍ର ୮୧ ରନ୍ କରି ଅଲଆଉଟ୍ ହୋଇଥିଲେ। ଜବାବରେ ୟୁନିଅନ୍ ସ୍ପୋଟିଂ କଟକ ଜ୍ୟୋତି ରଞ୍ଜନ ଦଳାଇ ୧୪.୫ ଓଭରରେ ଏକ ଉଇକେଟ୍ ହରାଇ ୮୪ ରନ୍ ସଂଗ୍ରହ କରି ୯ ଉଇକେଟରେ ବିଜୟ ଲାଭ କରିଥିଲେ। ବିଜୟୀ ଦଳ ଆସନ୍ତା ୨୫ ତାରିଖରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚରେ ସେମାନେ ପ୍ରବେଶ କରିଛନ୍ତି। ଏହି ମ୍ୟାଚରେ ୟୁନିଅନ୍ ସ୍ପୋଟିଂ ଦଳର ଜ୍ୟୋତି ରଞ୍ଜନ ଦଳାଇଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଥିଲା। ସଂଘର ସମ୍ପାଦକ ସାଗରନାଥ ମିଶ୍ର ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚକୁ ଜୟକୃଷ୍ଣ ରାଉତ ଓ ତାପସ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ନିକ୍ସନ ସାହୁ ସହଯୋଗ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରିକେଟ୍ ସଂଘର ପ୍ରଭାତ ସିହ୍ନା, ଅରୁଣ ପୁଷ୍ପାଳକ, ଗଙ୍ଗାଧର ପଟ୍ଟନାୟକ, ସତ୍ୟେନ୍ଦ୍ର ପ୍ରଧାନ, ରଞ୍ଜନ ଧୀରସାମନ୍ତ, ସେକ୍ ରଫିକ୍, ଶିବ ରାଉତ, ଦିଲ୍ଲୀପ୍ ଧୀରସାମନ୍ତ, ମାୟାଧର ମିଶ୍ର, ସମରେନ୍ଦ୍ର ମିଶ୍ର, ବୀରେନ୍ ସାମଲ, ସମରେନ୍ଦ୍ର ସ୍ବାଇଁ, ସୂର୍ଯ୍ୟ ରାଉତ, ତାପସ ମହାନ୍ତି, ପ୍ରଶାନ୍ତ ସିହ୍ନା, ଅଞ୍ଜନ କର, ସୁଜିତ୍ ପ୍ରଧାନ, ଦୀପକ ସାହୁ, ଉତ୍ତାନପାଦ ମହାପାତ୍ର, ଅନିଲ୍ ଗଡନାୟକ, ସାମୁଏଲ ଗଡନାୟକ, ସେଖ୍ ମିନାହଜୁଦ୍ଦିନ୍, ସଂଜିତ ମିଶ୍ର, ସଂଜୀବ ପାତ୍ର, ମନୋଜ ସାହୁ, ଟୁକୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply