ଭୁବନେଶ୍ୱର: ରାଜ୍ୟରେ ମଦ ବିକ୍ରି କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍ ବ୍ୟବହାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅବକାରୀ ନୀତି ଅନୁସାରେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି। ଏହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ। ଏହା ସହ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତି ମାନଙ୍କୁ କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଛନ୍ତି। ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପେପର ବୋର୍ଡରେ ତିଆରି ହେବ ଟେଟ୍ରା ପ୍ୟାକ୍। ଆଉ କାଚ ବୋତଲରେ ମିଳିବନି ମଦ।
ଏଥର କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍ରେ ମିଳିବ ମଦ: ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ଟେଟ୍ରା ବ୍ୟବହାର ପାଇଁ ନିର୍ଦ୍ଦେଶ


