ସଂକଟରେ ପେଟିଏମ୍, ଶେଷ ତିନି ମାସରେ ସହିଲାଣି ୫୫୦ କୋଟି ଟଙ୍କାର କ୍ଷତି

0

ନୂଆଦିଲ୍ଲୀ: କ୍ଷତିରେ ପେଟିଏମ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରୋଷର ଶିକାର ହୋଇଥିବା ପେଟିଏମ୍ ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ ୫୫୦ କୋଟି ଟଙ୍କାର କ୍ଷତି ସହିଛି। କମ୍ପାନିର ରାଜସ୍ବ ୨,୨୬୭.୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ କମ୍ପାନିର ରାଜସ୍ବ ୯୯୭୮ କୋଟି ଟଙ୍କା ହୋଇଥିବା ବେଳେ ୧୪୪୨ କୋଟି ଟଙ୍କା କ୍ଷତି ରହିଛି। କାରବାର ପ୍ରଭାବିତ ହୋଇଥିବାରୁ ପେଟିଏମ୍‌ରେ ଛଟେଇ ଆଶଙ୍କା ସୃଷ୍ଟି ହୋଇଛି।

ଏ ନେଇ ପେଟିଏମ୍‌ର ମୁଖ୍ୟ ବିଜୟ ଶେଖର ଶର୍ମା କହିଛନ୍ତି ଯେ ୱାଲେଟ୍‌ କାରବାର ସହିତ ଅନ୍ୟ କିଛି ପେମେଣ୍ଟ ଓ ଋଣ ଉତ୍ପାଦ ବନ୍ଦ ରହିଥିବା କାରଣରୁ ତାହା କମ୍ପାନିର ରାଜସ୍ବ ଓ ଲାଭକୁ ପ୍ରଭାବିତ କରିବ।

ସୂଚନାଯୋଗ୍ୟ ଚଳିତ ବର୍ଷ ଜାନୁଆରି ୩୧ରେ ପେଟିଏମକୁ ରିଜର୍ଭ ବ୍ୟାଙ୍କ ଶକ୍ତ ଧକ୍କା ଦେଇଥିଲା। ନିୟମ ପାଳନରେ ବାରମ୍ବାର ଅ‌ବହେଳା ଯୋଗୁଁ ବ୍ୟାଙ୍କିଙ୍ଗ କାରବାର ଉପରେ କଟକଣା ଲଗାଯାଇଥିଲା।

Leave A Reply

Your email address will not be published.

error: Content is protected !!