ତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି କରିଥିବା ତିନି ଜଣ ଗିରଫ, କୋର୍ଟଚାଲାଣ କଲା ପୋଲିସ

You are currently viewing ତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି କରିଥିବା ତିନି ଜଣ ଗିରଫ, କୋର୍ଟଚାଲାଣ କଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ନିକଟରେ ଥିବା ତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି କରିଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଚୋରି ହୋଇଥିବା ସୁନା ଗହଣା ମଧ୍ୟ ଉଦ୍ଧାର କରାଯାଇଛି।

ଗିରଫ ମାନେ ହେଲେ ବିକିଶର ଗ୍ରାମର ରାଜୁ ସିରିକା, ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ସୁନୀଲ କୁମାର ମୁଣ୍ଡା ଓ ଅନ୍ୟ ଜଣେ ରିଆମାଳ ଥାନା ଟିଙ୍କିବିରର ଅଜୟ ଦଳବେହେରା। ତିନି ଜଣ ଯାକ ମିଶି ବୁଧବାର ଅପରାହ୍ନରେ ମନ୍ଦିରରେ ଥିବା ମା’ ତାରିଣୀଙ୍କ ମୂର୍ତ୍ତିରୁ ସୁନା ଗହଣା ଲୁଟିଥିବା ସ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Share

Leave a Reply