ପୁଣି ନିଖୋଜ ୩ ନାବାଳିକା ସହ ଜଣେ ସାବାଳିକା ଉଦ୍ଧାର; ଚିଙ୍ଗୁଡ଼ି ଫାକ୍ଟ୍ରିରୁ କରୁଥିଲେ କାମ

You are currently viewing ପୁଣି ନିଖୋଜ ୩ ନାବାଳିକା ସହ ଜଣେ ସାବାଳିକା ଉଦ୍ଧାର; ଚିଙ୍ଗୁଡ଼ି ଫାକ୍ଟ୍ରିରୁ କରୁଥିଲେ କାମ

କଣିହାଁ: ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍ ସାଇଟ୍ ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ନାବାଳିକାଙ୍କ ଉଦ୍ଧାର ଅଭିଯାନରେ ପୋଲିସ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡ଼ି ଫାକ୍ଟ୍ରିରୁ ୩ ନାବାଳିକା ସହ ଜଣେ ସବାଳିକାଙ୍କୁ ଉଦ୍ଧାର କରାଯାଇଛି, ଯାହା ପରେ ମୋଟ ୬ ଜଣଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଗତ ସୋମବାର ଦିନ ରେଙ୍ଗାଳି ଥାନାରେ ଦୁଇ ନାବାଳିକାଙ୍କ ନିଖୋଜ ଅଭିଯୋଗରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜେନଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ପାଳଲହଡ଼ା କୈଳାଶ ସେଠୀ ଓ ରେଙ୍ଗାଳି ଆଇଆଇସି ଜୟନ୍ତ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଗଠିତ ଟିମ୍ ତଦନ୍ତ ଆରମ୍ଭ କରିଥିଲା। ନିଖୋଜ ଦୁଇ ନାବାଳିକା ଆନ୍ଧ୍ରପ୍ରଦେଶର କୋଠପୋଲଭରମ ଅଞ୍ଚଳର ଚିଙ୍ଗୁଡ଼ି ଫାକ୍ଟ୍ରିରେ କାମ କରୁଥିବା ସୂଚନା ପାଇ ପୋଲିସ ଦଳ ସେଠାରେ ପହଞ୍ଚିଥିଲା। ସେମାନେ ଫାକ୍ଟ୍ରିରୁ ପଳାଇଥିବା ଜଣାପଡ଼ିବା ପରେ ଆଜି ତାଳଚେର ବସ୍ ଷ୍ଟାଣ୍ଡରୁ ଉଦ୍ଧାର କରାଯାଇଛି।

ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ଶନିବାର ଚିଙ୍ଗୁଡ଼ି ଫାକ୍ଟ୍ରିରେ ଚଢ଼ାଉ କରି ଅନ୍ୟ ୩ ନାବାଳିକା ସହ ଜଣେ ସାବାଳିକାଙ୍କୁ ଉଦ୍ଧାର କରିଥିଲା। ପୂର୍ବରୁ ଦୁଇ ନାବାଳିକା ସହ ୪ ଜଣଙ୍କୁ ଉଦ୍ଧାର କରି ରେଙ୍ଗାଳି ଥାନାକୁ ଅଣାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ରେଙ୍ଗାଳି ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମୋଟ ୫ ନାବାଳିକା ଓ ଜଣେ ସବାଳିକାଙ୍କୁ ଉଦ୍ଧାର କରାଯାଇଥିବାରୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। ତଦନ୍ତ ଜାରି ରହିଛି।

Share

Leave a Reply