ପାଣିପମ୍ପ ଓ ସୁନା ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅନୁଗୁଳ ପୋଲିସ

You are currently viewing ପାଣିପମ୍ପ ଓ ସୁନା ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅନୁଗୁଳ ପୋଲିସ

ଅନୁଗୁଳ: ଗହଣା ଚୋରି ଅଭିଯୋଗରେ ଶନିବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ପୋଲିସ। ସୂଚନା ଅନୁସାରେ, ହାକିମପଡ଼ାର ପେସାଦାର ଅଭିଯୁକ୍ତ ଟଟ ଓରଫ ବସନ୍ତ ଗୋଚ୍ଛାୟତ(୩୦) ଗତ ମେ ମାସ ୨୨ ତାରିଖ ରାତିରେ ମାଳତୀ ବିହାରର ଅକ୍ଷୟ କୁମାର ପରିଡ଼ାଙ୍କ ଘରୁ ଏକ ସମରସିବଲ ପାଣିପମ୍ପ ଚୋରି କରିଥିଲେ। ଏ ନେଇ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରୁଥିଲା। ସେହିଭଳି ମାଟିଆସାହିର କୁମୁଦ ଚନ୍ଦ୍ର ନାୟକଙ୍କ ଘରୁ ମେ ମାସ ୨୪ ତାରିଖରେ ୫୦ ହଜାର ଟଙ୍କା ଓ ସୁନା ଗହଣା ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ହାକିମପଡ଼ାର ଟଟଙ୍କୁ ଶନିବାର ଗିରଫ କରିଛି।

ଟଟଙ୍କ ବୟାନ ଆଧାରରେ ପୋଲିସ ଖଲାରୀଠାରେ ଥିବା ଏକ କବାଡ଼ି ଦୋକାନରୁ ପାଣିପମ୍ପ ଜବତ କରି ମାଲିକ ବିକାଶ ଗୁପ୍ତାଙ୍କୁ ଗିରଫ କରିଛି। ସେହିଭଳି ଗୋପିନାଥପୁର ଗାଁର ଦେବାନନ୍ଦ ଗୋଚ୍ଛାୟତଙ୍କ ଘରୁ ସୁନା ଗହଣା ଜବତ କରି ତାଙ୍କୁ ଗିରଫ କରିଛି। ପୋଲିସ ଟଟ, ବିକାଶ ଓ ଦେବାନନ୍ଦଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Share

Leave a Reply