ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ରାମଦେଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ ଏବଂ ଜଣେ ପିଅନଙ୍କୁ ସ୍ପେସଲ ଭିଜିଲାନ୍ସ କୋର୍ଟ ଆଜି ଶୁଣାଣୀ କରି ତିନି ବର୍ଷ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇସ୍କୁଲ ପରୀକ୍ଷାରେ ପାସ୍ କରିଦେବାକୁ କହି ଏମାନେ ଜଣେ ଅଭିଭାବକଙ୍କ ଠାରୁ ଟଙ୍କା ଦାବି କରିଥିଲେ। ଫଳରେ ଅଭିଭାବକ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏଥିନେଇ ଅନୁଗୁଳ ଭିଜିଲାନ୍ସ ପକ୍ଷରୁ ଟିଆର ନଂ ୪୨/୨୦୧୩ ଯୋଗେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତ ମାନେ ହେଲେ ସେତେବେଳର ପ୍ରଧାନ ଶିକ୍ଷକ ଗୌର ଚନ୍ଦ୍ର ସାହୁ,ସହକାରୀ ଶିକ୍ଷକ ପ୍ରଦୀପ ପ୍ରଧାନ ଓ ପିଅନ ଧୃବ ଚରଣ ପ୍ରଧାନ। ଏଥିସହ ସେମାନେ ଏବେ ଅବସର ନେଇଯାଇ ଥିବାରୁ ସେମାନଙ୍କ ପେନସନ ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି କୋର୍ଟ ପ୍ରକାଶ କରିଛି।
ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ:୩ ବର୍ଷ ସଶ୍ରମ କାରାଦଣ୍ଡ
- Post published:November 30, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul