ବାତ୍ୟା ‘ୟାଶ୍’ ମୁକାବିଲା ପାଇଁ ଯାଜପୁର ଗଲା ଅନୁଗୁଳ ଅଗ୍ନିଶମ ବାହିନୀ

0

ଅନୁଗୁଳ: ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ‘ୟାଶ୍” ଭୟଙ୍କର ରୂପ ନେଇ ମାଡ଼ି ଆସୁଛି । ପାଣିପାଗ ବିଭାଗ ଆକଳନ ମୁତାବକ, ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୨୬ ତାରିଖରେ ମାଡ଼ ହେବ ‘ୟାଶ୍’। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଅନୁଗୁଳର ୭ ଜଣିଆ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଓ ବାତ୍ୟା ପରବର୍ତ୍ତୀ ରାସ୍ତା ସଫେଇ ନିମନ୍ତେ ଯାଜପୁର ଗସ୍ତ କରିଛି।ଷ୍ଟେସନ୍ ଅଫିସର ଅରୁଣ କୁମାର ନାଏକଙ୍କ ନେତୃତ୍ବରେ ପ୍ରକାଶ କୁମାର ବେହେରା, ମିଶ୍ର କିଷାନ, ରାକେଶ ବାଘ, ଗଣେଶ ଭଞ୍ଜ, ଚିତ୍ତରଞ୍ଜନ ସାହୁ ଓ ରାହାସ ବିହାରୀ ସାହୁ ପ୍ରମୁଖ ଏହି ଟିମ୍‌ରେ ସାମିଲ ଅଛନ୍ତି। ଟିମ୍ ସାଥୀରେ ଗୋଟିଏ ଗାଡ଼ି ସହ ଗୋଟିଏ ବୋଟ୍, ୪ଟି ପାୱାର ଚେନ୍ ସ, ୨ଟି ଲାଇଟ୍ ଇତ୍ୟାଦି ସରଞ୍ଜାମ ନେଇ ଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!