ଆଜି ଶିଶୁ ଦିବସ

You are currently viewing ଆଜି ଶିଶୁ ଦିବସ

ଅନୁଗୁଳ: ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରଖ୍ୟାତ ରାଜନୀତିଜ୍ଞ ତଥା ଦେଶର
ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜୟନ୍ତୀକୁ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ନେହରୁ ପିଲାମାନଙ୍କୁ ଅତ୍ୟନ୍ତ ସ୍ନେହ, ଶ୍ରଦ୍ଧା କରୁଥିଲେ। ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉନ୍ନତି ଲାଗି ସବୁବେଳେ ଚିନ୍ତା କରୁଥିଲେ। ସେ କହୁଥିଲେ, ପିଲାମାନେ ହିଁ କୌଣସି ଦେଶର ଭିଭିଭୂମି। ସେମାନଙ୍କର ଭବିଷ୍ୟତ ଉପରେ ଦେଶର ଭବିଷ୍ୟତ ନିର୍ଭର କରେ। ତେଣୁ ପିଲାଙ୍କୁ ସବୁଠୁ ଅଧିକ ଗୁରୁତ୍ବ ମିଳିବା ଆବଶ୍ୟକ । ସେହିଭଳି ସେମାନଙ୍କୁ ଅନୁଶାସନ, ସ୍ବଚ୍ଛତା ଭଳି ମୂଲ୍ୟବୋଧ ସଂପର୍କରେ ଶିକ୍ଷା ଦିଅଯିବା ଦରକାର। ଏହି ମୂଲ୍ୟବୋଧ ପିଲାମାନଙ୍କୁ ଭଲ ନାଗରିକ
କରିବ ବୋଲି ନେହରୁ ଗୁରୁତ୍ବାରୋପ କରୁଥିଲେ।

ଏଭଳିସ୍ଥିତିରେ ୧୯୬୪ ମସିହାରେ ନେହରୁଙ୍କ ମୃତ୍ୟୁ ପରେ ତାଙ୍କର ଜନ୍ମଦିବସକୁ ଶିଶୁମାନଙ୍କୁ ସମର୍ପଣ କରାଯିବାକୁ ନିଷ୍ପରି ନିଆଗଲା । ଏ ସଂପର୍କରେ ସଂସଦରେ ବି ଏକ ପ୍ରସ୍ତାବ ପାରିତ ହୋଇଥିଲା। ପ୍ରଥମ ଥର ଲାଗି ୧୯୬୫ ମସିହାରେ ଶିଶୁଦିବସ ପାଳନ କରାଯାଇଥିଲା । ତା’ ପରଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଏହି ଅବସରରେ ସ୍କୁଲ, କଲେଜ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥାଏ।

Share

Leave a Reply