ଆଜି ଆଲୋକର ପର୍ବ ଦୀପାବଳି

You are currently viewing ଆଜି ଆଲୋକର ପର୍ବ ଦୀପାବଳି

ଅନୁଗୁଳ: ଆଜି ଶୁଭ ଦୀପାବଳି। କରୋନା କଟକଣା ହଟିବା ଦୁଇ ବର୍ଷ ପରେ ଧୁମଧାମରେ ପାଳିତ ହେବ ଦୀପାବଳି। ତେଣୁ ଏହାକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି । ତେବେ ଚଳିତବର୍ଷ ଦୀପାବଳି ପାଇଁ ବାଣ ଠାରୁ ଆରମ୍ଭ କରି ତେଲ ଓ ଦୀପ ମଧ୍ୟ ଚଢ଼ା ଦରରେ ବିକ୍ରୀ ହେଉଛି ।

ପୌରାଣିକ କଥାବସ୍ତୁ ଅନୁସାରେ ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ମାରିବା ପରେ ଅଯୋଧ୍ୟା ବାହୁଡ଼ିଥିଲେ । ତାଙ୍କୁ ସ୍ୱାଗତ କରିବା ପାଇଁ ଆଲୋକରେ ସଜେଇ ହୋଇଥିଲା ଅଯୋଧ୍ୟା ନଗରୀ। ଆଜି ମାଆ କାଳିଙ୍କ ଆରାଧନା ମଧ୍ୟ କରାଯାଏ । ଆଜିର ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଇଥଏ । କାଉଁରିଆ କାଠି ଜଳାଇ ଧରାପୃଷ୍ଠକୁ ଅବତରଣ କରିଥିବା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡିଆ ଡାକ ପକାଯାଏ।

Share

Leave a Reply