ଅନୁଗୁଳ: ପ୍ରତିବର୍ଷ ଫେବୃୟାରୀ ତୃତୀୟ ଶନିବାରକୁ ବିଶ୍ଵ ବଜ୍ରକାପ୍ତା ଦିବସ ରୂପେ ପାଳନ କରାଯାଏ। ବର୍ତ୍ତମାନ ପରିପ୍ରେକ୍ଷୀରେ ବନ୍ୟ ପ୍ରାଣୀଙ୍କ ମଧ୍ୟରେ ସବୁଠାରୁ ଅଧିକ ଚୋରା ଚାଲାଣ ହେଉଥିବା ଜୀବଙ୍କ ମଧ୍ୟରେ ବଜ୍ରକାପ୍ତା ଅନ୍ୟତମ। ୨୦୧୯ ମସିହାରେ ପାଲଲହଡ଼ାରେ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଜନ୍ତୁ ଶିକାରୀ ମାନେ ଦୁଇ ଲକ୍ଷ ଟଙ୍କାରେ ବିକିବାକୁ ବସିଥିବାବେଳେ ଜଙ୍ଗଲ ବିଭାଗ ଅଧିକାରୀ ମାନେ ତାକୁ ଧରିଥିଲେ। ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଥିଲା। ଏହା ପରଠାରୁ ବଜ୍ରକାପ୍ତା ଚୋରା ଚାଲାଣ ଜିଲ୍ଲାରେ ବନ୍ଦ୍ ଅଛି। ଅନୁଗୁଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡାଙ୍କ ଅନୁଯାୟୀ ଜିଲ୍ଲାର ସାତକୋଶିଆ ସମେତ କେତେକ ସଂରକ୍ଷିତ ଜଙ୍ଗଲରେ ବଜ୍ରକାପ୍ତା ଦେଖିବାକୁ ମିଳନ୍ତି। ଟ୍ରାପ କ୍ୟାମେରାରେ ଏହାର ଛବି ମଧ୍ୟ କଏଦ୍ ହେଉଚି।ତେବେ କେତେ ସଂଖ୍ୟାରେ ଏହା ଅଛନ୍ତି ତାର ଗଣତି ବା ଡୋକୁମେଣ୍ଟେଶନ କେବେ ହୋଇନାହିଁ। ଏଠାରେ ପ୍ରକାଶ ଯୋଗ୍ୟ ଯେ ବଜ୍ରକାପ୍ତା ପରିବେଶ ସୁରକ୍ଷା ଦିଗରେ ଅନେକ କାମକରେ । ବଜ୍ରକାପ୍ତା ପୋକ ଯୋକ ଖାଇଥାନ୍ତି। ଏହାର ମାଂସ ଏବଂ କାତି ପାଇଁ ଶିକାରୀ ମାନେ ଏହା ପଛରେ ପଡିଥାନ୍ତି କାରଣ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ବହୁତ୍ ବେଶୀ।
ଆଜି ବିଶ୍ଵ ବଜ୍ରକାପ୍ତା ଦିବସ
- Post published:February 19, 2022
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Biswaranjan Pattnaik

Tags: Angul