ଶାଗ ମାଛ ଦରରେ ବିକ୍ରି ହେଉଛି ଟମାଟୋ: କେଜି ପିଛା ୬୦ ଟଙ୍କାରୁ ୧.୬୦ଟଙ୍କାକୁ ଖସିଲା ଦର, ଚିନ୍ତାରେ ଚାଷୀ

You are currently viewing ଶାଗ ମାଛ ଦରରେ ବିକ୍ରି ହେଉଛି ଟମାଟୋ: କେଜି ପିଛା ୬୦ ଟଙ୍କାରୁ ୧.୬୦ଟଙ୍କାକୁ ଖସିଲା ଦର, ଚିନ୍ତାରେ ଚାଷୀ

ଅନୁଗୁଳ: ଅନୁଗୁଳରେ ଟମାଟୋର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ପୂର୍ବରୁ ଏହାର ମୂଲ୍ୟ ଆକାଶ ଛୁଆଁ ଥିବା ବେଳେ ଏବେ ଅଭାବୀ ବିକ୍ରି ଯୋଗୁଁ ତୋଳିବା ମୂଲ୍ୟ ମଧ୍ୟ ଅଣ୍ଟୁନାହିଁ। ଏଭଳି ସ୍ଥିତିରେ ଅନୁଗୁଳ ବ୍ଲକ ଅଞ୍ଚଳର ଟମାଟୋ ଚାଷୀ ହତାଶ ହୋଇ ପଡ଼ିଛନ୍ତି। ନନ୍ଦପୁର, ବ୍ରହ୍ମପୁର, ମଧୁପୁର, ମାଧପୁର, କରତପଟା, ପୋକତୁଙ୍ଗା, ହିଡିସିଂ ଆଦି ଅଞ୍ଚଳର ଶହଶହ ଚାଷୀ ପନିପରିବା ଚାଷ କରି ପେଟ ପୋଷିଥାନ୍ତି। ବର୍ତ୍ତମାନ ପ୍ରାୟତଃ ସମସ୍ତ କ୍ଷେତରୁ ଟମାଟୋ ବାହାରୁଥିବା ବେଳେ ରାଜ୍ୟ ବାହାରୁ ମଧ୍ୟ ଆମଦାନୀ ହୋଇ ଆସୁଛି। ଏଣୁ ଏହା ଶାଗମାଛ ଦରରେ ବିକ୍ରି ହେଉଥିବା ଦେଖାଯାଇଛି। ଶୁକ୍ରବାର ଅନେକ ପରିବା ବଜାରରେ ଟମାଟୋ କେଜି ପିଛା ୩ରୁ ୪ ଟଙ୍କା ଲେଖାଏଁ ବିକ୍ରି ହେଉଥିବା ଦେଖାଯାଇଛି। ଖାଉଟି ମାନଙ୍କୁ ବେପାରୀ ମାନେ ୩ରୁ ୪ ଟଙ୍କାରେ ବିକ୍ରି କରୁଥିବା ବେଳେ ଚାଷୀଙ୍କ ଠାରୁ ଆହୁରି କମ୍ ଟଙ୍କାରେ କିଣୁଥିବା ଜଣାପଡିଛି। ଗୋଟିଏ ଟ୍ରେରେ ୩୦ କେଜି ପର୍ଯ୍ୟନ୍ତ ବିଲାତି ରହୁଥିବା ବେଳେ ଚାଷୀଙ୍କ ଠାରୁ ବେପାରୀ ଏହି ଟ୍ରେ ପିଛା ୫୦ ଟଙ୍କା କିଣୁଛନ୍ତି। ଏଭଳି ସମୟରେ ଚାଷୀ ମାନେ କ୍ଷେତରୁ ଏହି ଟମାଟୋ ତୋଳିବାକୁ ଯେଉଁ ଶ୍ରମିକ ଲଗାଉଥିଲେ ତାହାର ଟଙ୍କା ମଧ୍ୟ ଉଠୁନାହିଁ ବୋଲି ପ୍ରକାଶ କରିଛନ୍ତି।ସେହିଭଳି ବନ୍ତଳା ଅଞ୍ଚଳରେ ଶୀତଳ ଭଣ୍ଡାର ନ ଥିବାରୁ ଫସଲ ସବୁ ନଷ୍ଟ ହେଉଛି। ଏଣୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share

Leave a Reply