ଅଷ୍ଟ୍ରେଲିଆନ କୋଇଲା ବୋଝେଇ ଟ୍ରାକ୍ଟର ଜବତ, ୨ ଗିରଫ

You are currently viewing ଅଷ୍ଟ୍ରେଲିଆନ କୋଇଲା ବୋଝେଇ ଟ୍ରାକ୍ଟର ଜବତ, ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଚୋରା ଅଷ୍ଟ୍ରେଲିଆନ କୋଇଲା ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜରଡ଼ା ଗ୍ରାମର ପ୍ରତାପ ଧଳ ଓ ପାରିପରା ଗ୍ରାମର ତ୍ରିଲୋଚନ ବେହେରା।

ରାତି ପେଟ୍ରୋଲିଙ୍ଗ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାରିପରା ନିକଟରେ ଛକି ରହି ଓଡ଼ିଶା ନମ୍ବର OR 19N 3809 ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରାଯାଇଥିଲା। କୋଇଲା ପରିବହନ କାଗଜପତ୍ର ଦେଖାଇ ନପାରିବାରୁ ପଚରାଉଚରାରେ ଅଭିଯୁକ୍ତମାନେ ଜିନ୍ଦଲ କମ୍ପାନୀକୁ ଆସୁଥିବା କୋଇଲା ଚୋରି କରି ଗଛିତ ରଖି ଟ୍ରାକ୍ଟରେ ନେଉଥିବା ସ୍ୱୀକାର କରିଥିଲେ।

ଏ ନେଇ କେସ୍ ନମ୍ବର ୩୮୬/୨୫ରେ ମାମଲା ରୁଜୁ ହୋଇଛି। ଟ୍ରାକ୍ଟର ଚାଳକ ତଥା ମାଲିକ ପ୍ରତାପ ଓ ସହଯୋଗୀ ତ୍ରିଲୋଚନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।

Share

Leave a Reply