କିଶୋରନଗରରେ ପାରମ୍ପରିକ ଖାଦ୍ୟ ମେଳା: ୧୨ଟି ଷ୍ଟଲରେ ପ୍ରଦର୍ଶିତ ହେଲା ଓଡ଼ିଶାର ଅସ୍ମିତା

You are currently viewing କିଶୋରନଗରରେ ପାରମ୍ପରିକ ଖାଦ୍ୟ ମେଳା: ୧୨ଟି ଷ୍ଟଲରେ ପ୍ରଦର୍ଶିତ ହେଲା ଓଡ଼ିଶାର ଅସ୍ମିତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସ୍ଥିତ ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷାନୁଷ୍ଠାନ ପରିସରରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଏକ ଭବ୍ୟ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଭାରପ୍ରାପ୍ତ ଥାନା ଅଧିକାରୀ ହରିକୃଷ୍ଣ ପ୍ରଧାନ ଫିତା କାଟି ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷୟିତ୍ରୀ ଶିବାନୀ ବେହେରା, ସୁବ୍ରତ କୁମାର ପାଣିଗ୍ରାହୀ, ବିଭୂତି ଭୂଷଣ ମହାରଣା ଓ ସୁରଜ କୁମାର ନାୟକ ଯୋଗଦେଇ ଗୁରୁଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।

କଳା ଶିକ୍ଷକ କୋମଳ ଲୋଚନ ମହାନ୍ତଙ୍କ ପରିଚାଳନାରେ ୧୨ଟି ଷ୍ଟଲ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ପାରମ୍ପରିକ ଓଡ଼ିଆ ପିଠାପଣା ଓ ସୁସ୍ୱାଦୁ ବ୍ୟଞ୍ଜନ ପ୍ରଦର୍ଶିତ ହୋଇଥିଲା। ଆଧୁନିକତା ମଧ୍ୟରେ ହଜିଯାଉଥିବା ଓଡ଼ିଆ ରୋଷେଇ ଶୈଳୀକୁ ଉଜ୍ଜୀବିତ କରିବା ଏହି ମେଳାର ମୁଖ୍ୟ ଲକ୍ଷ୍ୟ ଥିଲା।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୁରୁଛାତ୍ର ହୃଷିକେଶ ପ୍ରଧାନ, ଆଦିତ୍ୟ କୁମାର ପ୍ରଧାନ, ପ୍ରିୟସୁନ୍ଦର ମୁଦୁଲି, ବର୍ଷାରାଣୀ ଓ ଶ୍ୱେତପଦ୍ମା ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସମସ୍ତେ ଓଡ଼ିଆ ଖାଦ୍ୟର ଭରପୂର ଆନନ୍ଦ ଉଠାଇଥିଲେ।

Share

Leave a Reply