ଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳରେ ଯାନବାହନ କଟକଣା, ଜାଣନ୍ତୁ କେବେ କେଉଁଠି କରିପାରିବେ ପାର୍କିଂ

0

ଅନୁଗୁଳ: ଅନୁଗୁଳ ଟାଉନରେ ଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜା ମହୋତ୍ସବର ସୁଗମ ଏବଂ ସୁବିଧାଜନକ ପରିଚାଳନା ପାଇଁ ଟ୍ରାଫିକ୍ ପରାମର୍ଶ ଜାରି କରାଯାଇଛି। ଜିଲ୍ଲାରେ ଅକ୍ଟୋବର ୯ରୁ ୧୪ ଯାଏଁ ଦୁର୍ଗା ପୂଜା ଓ ୧୬ରୁ ୨୭ ତାରିଖ ଯାଏଁ ଲକ୍ଷ୍ମୀ ପୂଜା ପାଳିତ ହେବ।

ଏହି ସମୟରେ ସାଧାରଣ ଚାରି ଚକିଆ ଯାନ ବାହନ ଗୁଡ଼ିକୁ ରାଜ୍ ହୋଟେଲ ଛକ ଠାରୁ ହୁଲସୁରିଙ୍ଗା ଛକ ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥରେ ଅପରାହ୍ନ ୪ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ ନାହିଁ।

ସେହିପରି ସମ୍ବଲପୁର ପାର୍ଶ୍ବରୁ ଆସୁଥ‌ିବା ସମସ୍ତ ଭାରି ଯାନ ଓ ଅନ୍ୟ ଚାରି ଚକିଆ ଯାନ ବାହାନ ଗୁଡିକ ହୁଲୁରିସିଙ୍ଗା ଛକରୁ ରାଜ୍ ହୋଟେଲ ଛକକୁ, ଗାନ୍ଧୀମାର୍ଗ – ହେମସୁରପଡା ରାସ୍ତା ଦେଇ ଯାଇ ପାରିବେ। ସମସ୍ତ ହାଲୁକା ଚାରି ଚକିଆ ଯାନବାହନ ଡିଆଇସି ଛକରୁ ବାସନ୍ତୀ ଦୂର୍ଗାପୂଜା ପଡ଼ିଆ ପର୍ଯ୍ୟନ୍ତ ଆସି ଗାଡ଼ି ପାର୍କିଂ କରିପାରିବେ।

ନାଲକୋ ପାର୍ଶ୍ବରୁ ଆସୁଥ‌ିବା ସମସ୍ତ ଭାରି ଯାନ ଓ ଅନ୍ୟ ଚାରି ଚକିଆ ଯାନ ବାହାନ ଗୁଡିକ ରାଜ ହୋଟେଲ ଛକରୁ ହୁଇରିସିଙ୍ଗା ଛକ-ତାମ୍ରିତ କଲୋନୀ-ସର୍କିଟ ହାଉସ୍ ଛକ–ବି.ଇ.ଡି ଛକ–ମିଶ୍ର ପଡା ଛକ ଦେଇ ହରିମହୁରୀ ଛକ ଠାରେ ୫୫ ନମ୍ବର ଜାତୀୟ ରାଜପଥରେ ପହଞ୍ଚି ପାରିବେ। ସମସ୍ତ ହାଲୁକା ଚାରି ଚକିଆ ଯାନବାହନ ଗୁଡିକ ସର୍କିଟ ହାଉସ ଛକରୁ ଥାନା ଛକ ଦେଇ ଅନୁଗୁଳ ହାଇ ସ୍କୁଲ ପଡିଆ( ଷ୍ଟାଡିଅମ ସାମ୍ନା) ପର୍ଯ୍ୟନ୍ତ ଆସି ସେଠାରେ ଗାଡ଼ି ପାର୍କିଂ କରିପାରିବେ।

ଅନ୍ୟପଟେ ମହୀଧରପୁର ପାର୍ଶ୍ବରୁ ଆସୁଥ‌ିବା ସାଧାରଣ ଚାରି ଚକିଆ ଯାନ ବାହନ ଗୁଡିକ ସବ୍ କଲେକ୍ଟର ରେସିଡେନ୍ସ ଠାରୁ ନୂଆ ବସ୍ ଷ୍ଟାଣ୍ଡ ଆଡକୁ ଯାଇପାରିବେ କିମ୍ବା ସର୍କିଟ ହାଉସ ଛକ ଠାରୁ ଥାନା ଛକ ଦେଇ ଅନୁଗୁଳ ହାଇସ୍କୁଲ ପଡିଆ (ଷ୍ଟାଡିଅମ ସାମ୍ନା) ପର୍ଯ୍ୟନ୍ତ ଆସି, ସେଠାରେ ଗାଡ଼ି ପାର୍କିଂ କରିପାରିବେ।

ରାଜ୍ ହୋଟେଲ ଠାରୁ ହରିମହୁରୀ ଛକ ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥରେ କୌଣସି ଯାନ ବାହନ ପାର୍କିଂ କରିପାରିବେ ନାହିଁ।

ଏହି ସମୟରେ ଅପରାହ୍ନ ୪ ଟାରୁ ରାତି ୧୨ ଟା ଯାଏଁ ଏମରଜେନ୍ସି ଆମ୍ବୁଲାନ୍ସ, ଅଗ୍ନିଶମ, ପୋଲିସ, ପ୍ରଶାସନିକ ବିଭାଗର ଯାନ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଯାନ ବ୍ୟତୀତ, ଅନ୍ୟ କୌଣସି ସାଧାରଣ ଯାନବାହାନ ଗୁଡିକ ୫୫ ନମ୍ବର ଜାତୀୟ ରାଜପଥରେ ଯିବା ଆସିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave A Reply

Your email address will not be published.

error: Content is protected !!