ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜିଷ୍ଟ ଡାକ୍ତର ସୁଶ୍ରୀ ଶାନ୍ତା ତ୍ରିପାଠୀଙ୍କୁ ବଦଳିକାଳୀନ ସମ୍ବର୍ଦ୍ଧନା

You are currently viewing ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜିଷ୍ଟ ଡାକ୍ତର ସୁଶ୍ରୀ ଶାନ୍ତା ତ୍ରିପାଠୀଙ୍କୁ ବଦଳିକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଇକ୍ରୋବାୟୋଲୋଜିଷ୍ଟ ପଦରେ ଥିବା ଡାକ୍ତର ସୁଶ୍ରୀ ଶାନ୍ତା ତ୍ରିପାଠୀଙ୍କ ବଦଳି ହୋଇଛି। ସେ ଏନ୍‌.ସି‌.ଡି‌.ସି‌. (NCDC), ନୂଆଦିଲ୍ଲୀରେ ସିନିୟର୍ ମାଇକ୍ରୋବାୟୋଲୋଜିଷ୍ଟ ଭାବରେ ନିଯୁକ୍ତ ହୋଇଛନ୍ତି। ଏଣୁ ତାଙ୍କୁ ବିଦାୟ ଦେବାକୁ ପାଥୋଲୋଜି ବିଭାଗରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସମସ୍ତ କର୍ମଚାରୀ ତାଙ୍କୁ ବିଦାୟ ଜଣାଇ ତାଙ୍କ ଆଗାମୀ ଜୀବନ ଓ କାର୍ଯ୍ୟ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଡାକ୍ତର ତ୍ରିପାଠୀ ୧୦.୦୮.୨୦୧୮ରୁ ଆଜି ଯାଏଁ ୭ ବର୍ଷ ଧରି ନିଷ୍ଠାର ସହ ଦାୟିତ୍ୱ ପାଳନ କରିଥିଲେ। କୋଭିଡ୍ ସମୟରେ ସେ ଦିନ ରାତି ୨୪ ଘଣ୍ଟା ଅବିରତ କାର୍ଯ୍ୟ କରି ସେବା ଦେଇଥିଲେ। ଏଣୁ ପୂରା ଜିଲ୍ଲାରେ ତାଙ୍କର ସୁଖ୍ୟାତି ରହିଥିବା ବିଦାୟ ସଭାରେ ଉପସ୍ଥିତ କର୍ମଚାରୀ କହିଥିଲେ।

Share

Leave a Reply