ଅନୁଗୁଳ ବିଜୁ ଯୁବ ଜନତା ଦଳ ତରଫରୁ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

You are currently viewing ଅନୁଗୁଳ ବିଜୁ ଯୁବ ଜନତା ଦଳ ତରଫରୁ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ଜଗନ୍ନାଥ ମନ୍ଦିର ନିକଟରେ ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ (ବସୁଧା) ର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ସମୂହ ଦୀପ ଦାନ ଆୟୋଜିତ ହୋଇଛି।
ଏହି ସଭାରେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଭକ୍ତିପ୍ରସାଦ ଦାସ, ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ, କାଉନସିଲର ବଳରାମ ଜେନା ଓ ବିଜେଡି ନେତା ବିଚିତ୍ରାନନ୍ଦ ନାଏକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ବବିତା ନାଏକ, ଦୁଷ୍ମନ୍ତ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜିବ ସାହୁ, ରାଜେଶ ମିଶ୍ର, ଅନୀଲ ଭୂୟାଁ, ଜିଲ୍ଲା ସମ୍ପାଦକ ସୌରଭ ବେହେରା, ଅମିତ କୁମାର ଦାସ, ପ୍ରଦ୍ୟୁମ୍ନ ପ୍ରଧାନ, ଅଶୋକ ଖିଲାର, ସରୋଜ ସାହୁ, ଜିଲ୍ଲା ମିଡିଆ ସଂଯୋଜକ ସୁନିତା ନାଏକ, ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ ରାହୁଲ ମହାପାତ୍ର ତଥା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ସାମିଲ ହୋଇଥିଲେ।

Share

Leave a Reply