ଅନୁଗୁଳ: ତାଳଚେର ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ ଓ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ ବୋଲି ତାଳଚେର ବିଜେପି ପକ୍ଷରୁ ଦାବି ହୋଇଛି। ଏହି ମର୍ମରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଉପଯୁକ୍ତ ଦକ୍ଷେପ ଗ୍ରହଣ କରିବାକୁଅନୁରୋଧ କରଯାଇଛି। ଜିଲ୍ଲାର ସମସ୍ତ ବ୍ଲକ, ପୌରାଞ୍ଚଳ ଏବଂ ସରକାରୀ ଚିକିତ୍ସାକେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ମହଜୁଦ ରଖୁବା, ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଯଥେଷ୍ଟ ସଂଖ୍ୟାରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା, ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା, କୋଭିଡ଼ ପରୀକ୍ଷଣକୁ ବ୍ୟାପକ କରିବାକୁ ଦାବି କରି ବିଜେପି ପକ୍ଷରୁ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।
ପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ
- Post published:May 12, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
