ଯୁବ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

You are currently viewing ଯୁବ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ଅନୁଗୋଳ: ଯୁବ ସାମ୍ବାଦିକ ତଥା ଜୀ କଳିଙ୍ଗ ର ଅନୁଗୋଳ ପ୍ରତିନିଧି ରଘୁନାଥ ସାହୁଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।ସନ୍ଧ୍ୟାରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରେ ଏଥିନେଇ ଅନୁଗୋଳ ସାମ୍ବାଦିକଙ୍କ ପକ୍ଷରୁ ଏକ ଶ୍ରଦ୍ଧ।ଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।ବରିଷ୍ଠ ସାମ୍ବାଦିକ ସୁବାସ ସାହୁ ଏବଂ ଅନୀଲ ପ୍ରଧାନ ସ୍ବର୍ଗତ ସାହୁଙ୍କ ଅମାୟିକ ବ୍ୟବହାର ଏବଂ ବୃତ୍ତିଗତ ଦକ୍ଷତା ଉପରେ ସ୍ମୃତି ଚାରଣ କରିଥିଲେ।ସଭାରେ ଦୀପଦାନ ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ପ୍ରକାଶଯୋଗ୍ୟ ଯେ କିଛିଦିନ ଅସୁସ୍ଥ ରହିବାପରେ ଶୁକ୍ରବାର ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେରେ ରଘୁଙ୍କ ପରଲୋକ ଘଟିଥିଲା।ଶ୍ରଦ୍ଧ।ଞ୍ଜଳି ସଭାରେ ସାମ୍ବାଦିକ ଶୁଭ୍ର ରଞ୍ଜନ ଦାସ, ଅଜିତ ଧର,ତପନ ଦାସ,ପ୍ରଭାତ ରଞ୍ଜନ ପାଣି,ଶୁଭ୍ରାଂଶୁ ପ୍ରଧାନ, ସଞ୍ଜୀବ କୁମାର ମାଣ୍ଡୋଠିଆ,  ପତିତପାବନ ସାହୁ,ଲିଟୁନ କୁମାର ସାହୁ,ବିରେନ୍ଦ୍ର ପ୍ରଧାନ,ବନମାଳୀ ରାୟନାୟକ,ରାଜେଶ ପାତ୍ର, ସୁବ୍ରତ ତ୍ରିପାଠୀ,ମହେଶ ଭୋମରାଜ୍,ପ୍ରତାପ ବିଶ୍ୱାଳ,ଦ୍ଵାରିକା ନନ୍ଦ,ରାକେଶ ସାମଲ,ମନୋଜ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply