କାରଗିଲ ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

You are currently viewing କାରଗିଲ ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କାରଗିଲ ବିଜୟ ଦିବସ ଆୟୋଜିତ ହୋଇଯାଇଛି।

ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଉଦୟ କୁମାର ମହାପାତ୍ର ସହିଦ ମାନସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସମାରୋହକୁ ଉଦ୍ଘାଟନ କରିଥିଲେ। ଭାରତୀୟ ସେନା ଦେଶର ଅଖଣ୍ଡତା ଓ ସଂହତି ରକ୍ଷା ପାଇଁ ସୀମାନ୍ତରେ ଅହରହ କାର୍ଯ୍ୟ କରୁଛନ୍ତି। ପାକିସ୍ଥାନ ସେନା ଯେତେବେଳେ ଭାରତ ଉପରେ ଆକ୍ରମଣ କରିଛି ଆମ ସେନା ଏହାର ଉପଯୁକ୍ତ ଜବାବ ଦେଇଛନ୍ତି। ୧୯୯୯ ରେ କାରଗିଲ ଯୁଦ୍ଧରେ  ଅନୁଗୁଳର ମାନସ ରଞ୍ଜନ ସାହୁ ପାକିସ୍ଥାନୀ ସୈନ୍ୟଙ୍କ ଗୁଳିରେ ସହିଦ ହୋଇଥିଲେ।ଦେଶ ପାଇଁ ସୈନିକର ଆତ୍ମବଳି କେବେ ବୃଥା ଯାଏନା ବୋଲି ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ରୂପେ ଶିଶୁ କଲ୍ୟାଣ ସମିତି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଜାତୀୟ ସଂହତି ରକ୍ଷା କରିବାରେ ନାଗରିକର ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିରୁପେ ଜେଏସପିଏଲ ର କର୍ପୋରେଟ କମ୍ୟୁନିକେସନ ବିଭାଗ ଏଜିଏମ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରିୟ ରଞ୍ଜନ ପ୍ରଧାନ ଯୋଗ ଦେଇ କାରଗିଲ ଯୁଦ୍ଧର ପୃଷ୍ଠ ଭୂମି ଓ ଭାରତୀୟ ସେନାର ସାହସିକତା ଉଲ୍ଲେଖ କରିଥିଲେ।

ସମାରୋହରେ ପ୍ରବନ୍ଧ ପ୍ରତିଯୋଗିତାର କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲ। ରକ୍ତଦାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଜେଏସପି ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାତା ଆୟୋଜକ ତାପସ କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ବେଚ୍ଛାସେବୀ ପର୍ଶୁରାମ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ସଂସ୍ଥାର ସଭାପତି ପ୍ରତାପ ମହାପାତ୍ର ସଦିଦ ସ୍ମୃତି କମିଟିର କାର୍ଯ୍ୟାବଳୀ ବର୍ଣ୍ଣନା କରିଥିଲେ। ପର୍ଶୁରାମ ଦାସ ଅତିଥି ପରିଚୟ ଦେଇଥିବା ବେଳେ ସଦସ୍ୟ ଅକ୍ଷୟ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ବିଦ୍ୟାଧର ନାଏକ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ବିଶ୍ବରଂଜନ ପଟ୍ଟନାୟକ ଓ ସୁବ୍ରତ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply