ବିପିନ ରାୱତ ଓ ରାଣା ପ୍ରତାପଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

You are currently viewing ବିପିନ ରାୱତ ଓ ରାଣା ପ୍ରତାପଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ପିଟିସି ହାଇସ୍କୁଲ ଖେଳ ପଡ଼ିଆରେ ଉତ୍କଳ କୋକୁସିନ କରାଟେ ସଂଗଠନ ପକ୍ଷରୁ ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ନିହତ ହୋଇଥିବା ଜେନେରାଲ ବିପିନ ରାୱତ ଏବଂ ତାଳଚେର ମାଟିର ବୀର ସନ୍ତାନ ତଥା ଜୁନିଅର ୱାରେଣ୍ଟି ଅଫିସର ରାଣା ପ୍ରତାପ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ରବିବାର ଆୟୋଜିତ ହୋଇଥିଲା। ଏଥିରେ ସଂଗଠନ ପରିଚାଳନା କମିଟି ସଭାପତି ଅଶ୍ୱିନୀ କୁମାର ପାଣି,ଉପସଭାପତି ବିଶ୍ୱରଞ୍ଜନ ପଟ୍ଟନାୟକ,ଯୁଗ୍ମ ସମ୍ପାଦକ ବବିନ ଚନ୍ଦ୍ର ଗଡନାୟକ, ସଂଯୋଜକ
ସୁରଞ୍ଜନ ରାଜକୁମାର,ପ୍ରଶିକ୍ଷକ ବାସୁଦେବ ସାହୁ ପ୍ରମୁଖ ଯୋଗ ଦେଇ ଉଭୟଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଛାତ୍ର ଛାତ୍ରୀ ମାନେ ଉଭୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ଦେଶର ସେବା କରିବାକୁ ଶପଥ ନେଇଥିଲେ। ଉପସ୍ଥିତ ବକ୍ତା,ଛାତ୍ର ଛାତ୍ରୀ ଏବଂ ଅଭିଭାବକ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

Share

Leave a Reply