କେନ୍ଦ୍ର କୋଇଲା ସଚିବଙ୍କ ଏମସିଏଲ ପରିଦର୍ଶନ

୨୮୦ କୋଟି ଟଙ୍କାର ଏଫଏମସି ପ୍ରୋଜେକ୍ଟର ଭିତିପ୍ରସ୍ତର ସ୍ଥାପନ

0

ଅନୁଗୁଳ: ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ସଚିବ ଡ. ଅନିଲ କୁମାର ଜୈନ ରବିବାର ଏମସିଏଲର ତାଳଚେର ଠାରେ ବାର୍ଷିକ ୨୦ମିଲିୟନ ଟନ୍‌(ଏମଟିପିୱାଇ) କ୍ଷମତା ବିଶିଷ୍ଟ ଫାଷ୍ଟ ମାଇଲ କନେକ୍ଟିଭିଟି ପ୍ରୋଜେକ୍ଟ/ରାପିଡ ଲୋଡ଼ିଂ ସିଷ୍ଟମର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଭାରତ ସରକାରଙ୍କର କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏମ୍‌.ନାଗାରାଜୁ,ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ. ସିହ୍ନା,କୋଲ ଇଣ୍ଡିଆର ନିର୍ଦ୍ଦେଶକ(ବୈଷୟିକ)ବିନୟ ଦୟାଲ ପ୍ରମୁଖ ସଚିବ ଶ୍ରୀ ଜୈନଙ୍କ ଏହି ଦୁଇ ଦିନିଆ ସରକାରୀ ଓଡ଼ିଶା ଗସ୍ତରେ ସାମିଲ ହୋଇଛନ୍ତି । ସଚିବ ଶ୍ରୀ ଜୈନ ତାଳଚେର ଗସ୍ତରେ ଆସି ଏମସିଏଲ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ଖଣି ପରିସରରେ କୋଇଲା ଡେସପ୍ୟାଚ୍ ପାଇଁ ୨୦ ମିଲିୟନ ଟନ୍ (ଏମଟିପିୱାଇ) କ୍ଷମତା ଥିବା ୨୮୦ କୋଟି ଟଙ୍କାର (ଏଫଏମସି) ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି । ଏହି ଅବସରରେ ଏମସିଏଲର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ନିର୍ଦ୍ଦେଶକ(ବୈଷୟିକ)ଓ.ପି.ସିଂହ,ନିର୍ଦ୍ଦେଶକ(ବିତ)କେ.ଆର.ବାସୁଦେବନ,ନିର୍ଦ୍ଦେଶକ (କାର୍ମିକ)କେଶବ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଉପଭୋକ୍ତାମାନଙ୍କୁ ଅତିଶୀଘ୍ର କୋଇଲା ପ୍ରେରଣ ନିମନ୍ତେ କମ୍ପାନୀ ୨୦୨୪ ମସିହା ସୁଦ୍ଧା ୩,୬୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ ସହ ଏଫଏମସି ପ୍ରୋଜେକ୍ଟଗୁଡ଼ିକୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରୁଛି । କୋଇଲାଖଣିରେ ପରିବେଶ ଅନୁକୂଳ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରିବାରେ ଅଗ୍ରଗାମୀ ଏମସିଏଲ ବ୍ଲାଷ୍ଟ ଲେସ୍ ମାଇନିଂ କାର୍ଯ୍ୟ ନିମନ୍ତେ ୬୬ଟି ସରଫେସ୍ ମାଇନର୍ସ ପରିଚାଳନା କରୁଛି । ଅନ୍ୟ ଏକ କ୍ରମରେ ଏହି କମ୍ପାନୀ ହିଙ୍ଗୁଳା ଏବଂ କଣିହାଁ ଓପନକାଷ୍ଟ ପ୍ରୋଜେକ୍ଟରେ ଓଭରବର୍ଡ଼ନ(ଓବି)ର ବ୍ଲାଷ୍ଟ ଲେସ୍ ଅପସାରଣ ନିମନ୍ତେ ଭର୍ଟିକାଲ ରିପର୍ସକୁ ସଫଳତାର ସହ ନିୟୋଜିତ କରିଥିବାର ଏମସିଏଲ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!