ଲକ୍ଷାଧିକ ଟଙ୍କାର ଫାଇନ ଆସ ବୋଝେଇ ଟ୍ରକ ଜବତ, ୪ ଗିରଫ

You are currently viewing ଲକ୍ଷାଧିକ ଟଙ୍କାର ଫାଇନ ଆସ ବୋଝେଇ ଟ୍ରକ ଜବତ, ୪ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କେନ୍ଦୁପଶି ଗାଁରୁ ପୁଲିସ ବୁଧବାର ବିଳମ୍ବିତ ରାତିରେ ଏକ ଫାଇନ ଆସ ବୋଝେଇ ଟ୍ରକ(ଜିଜେ୧୩- ଏଡବ୍ଲୁ-୦୯୮୪)କୁ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, କଣିହାଁ ଥାନା ଅନ୍ତର୍ଗତ ଏନଟିପିସି ପାଉଁଶ ପୋଖରୀରୁ ବେଆଇନଭାବେ ଏହି ଫାଇନ ଆସକୁ ସଂଗ୍ରହକରି ଛେଣ୍ଡିପଦା ଥାନା ଅଞ୍ଚଳରେ କିଛି ଦଲାଲ ଗଚ୍ଛିତ ରଖି ଦେଶର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ। ଏ ନେଇ ଛେଣ୍ଡିପଦା ପୁଲିସ ସୂଚନା ପାଇବାପରେ ବୁଧବାର ବିଳମ୍ବିତ ରାତିରେ କେନ୍ଦୁପଶି ଗାଁରେ ଚଢ଼ାଉକରି ଟ୍ରକକୁ ଜବତକରି ଚାଳକ ଗୁଜୁରାଟ ରାଜକୋଟର ଘଡ଼ ସବିର ଭାଇ(୪୮), ଅନୁଗୁଳ ଥାନା ଅନ୍ତର୍ଗତ ରାଣୀଗୋଡ଼ା ଗାଁର ସୁମିତ ପ୍ରଧାନ(୨୯), କଣିହାଁ ଥାନା ଅନ୍ତର୍ଗତ ଡ଼େରେଙ୍ଗ ଗାଁର ସୁବାଷ ଚନ୍ଦ୍ର ବେହେରା(୪୧) ଓ ବାବୁଲା ସାହୁ(୩୦)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply