ଟ୍ରକ-ଲୁନା ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

You are currently viewing ଟ୍ରକ-ଲୁନା ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଛକ ହନୁମାନ ମନ୍ଦିର ନିକଟରେ ଏକ ଲୁନା ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ମୁତାବକ, କୋଶଳା ଠାରୁ କୋରଡ଼ା ଅଭିମୁଖେ ଯାଉଥିବା ଏକ ଲୁନା ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଲୁନା ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ଏକ ବୋଲେରୋ ଗାଡିରେ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁତର ଅବସ୍ଥାରେ ପଠାଯାଇଛି। ଖବର ପାଇ ନିଶା ଇଣ୍ଡ୍ରଷ୍ଟିଆଲ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁନା ଏବଂ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply