ଅନୁଗୁଳ: ଅନୁଗୁକ ଜିଲ୍ଲା ଟ୍ରକ ମାଲିକ ସଙ୍ଘର ସାଧାରଣ ପରିଷଦର ବୈଠକ ଗତ ରବିବାର ବସିଥିଲା। ବୈଠକରେ ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ନିଲମ୍ବିତ ଟ୍ରକ ମାଲିକ ମାନଙ୍କ ସଦସ୍ୟତା ଫେରାଇବା ପାଇଁ ଦୀର୍ଘ ଦିନ ହେବ ଯେଉଁ ବାଦ ବିବାଦ ତଥା କସରତ ଚାଲି ଆସିଥିଲା ତାହାର କାଲି ଏକ ରକମ ପୂର୍ଣ୍ଣଛେଦ ପଡିଥିଲା। ବୈଠକ ନିଷ୍ପତ୍ତି ଅନୁସାରେ ଉପରୋକ୍ତ ସଦସ୍ୟ ମାନଙ୍କର ସଭ୍ୟପଦ ଫେରିପାଇବା ନେଇ କୋଣସି ସହମତି ହୋଇ ପାରିନଥିଲା। ଦ୍ଵିତୀୟ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ହେଲା ମାର୍ଚ୍ଚ ୯ ତାରିଖରେ ସଙ୍ଘର ନିର୍ବାଚନ ହେବ। ଚଳିତ ମାସ ୨୮ ତାରିଖରେ ନୋମିନେସନ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ସୁଦ୍ଧା ଭୋଟ ଗଣତି ହୋଇ ଫଳାଫଳ ଘୋଷିତ ହେବ। ତେବେ ଏ ନିବଚନ ନେଇ ଉଷ୍ମତା ଦେଖା ଦେଲାଣି। ସଭାପତି ପଦ ପାଇଁ ଅମ୍ବିକା ଭଟ୍ଟ, ବିଭୁତି ଦାସ ଓ ଅମରେଶ ସ୍ୱାଇଁଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବାକୁ ଥିଲା ବେଳେ ସମ୍ପାଦକ ପାଇଁ ଅକ୍ଷୟ ସାମନ୍ତ, ସନ୍ତୋଷ ଦାସ ଓ ରଜତ ମହାପାତ୍ର ବେଶ ଆଶାୟୀ ଥିବା କୁହା ଯାଉଛି।
ଟ୍ରକ ମାଲିକ ସଙ୍ଘ ନିର୍ବାଚନ ଘୋଷଣା: ମାହୋଲ ଗରମ
- Post published:February 24, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul