ଚୋରା କୋଇଲା ଚାଲାଣ ବେଳେ ଟ୍ରକ୍ ଜବତ, ୩ ଗିରଫ

You are currently viewing ଚୋରା କୋଇଲା ଚାଲାଣ ବେଳେ ଟ୍ରକ୍ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ସଦର ପୋଲିସ ସୋମବାର ଭୋର ସମୟରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିବାସହ ୩ ଜଣଙ୍କୁ ଗିରଫ କରିଛି।

ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସଦର ପୋଲିସ କଳମଛୁଇଁ ଅନୁଗୁଳ ରାସ୍ତାର ନତଡ଼ାଠାରେ ସୋମବାର ଭୋର ସମୟରେ ଛକିଥିଲା। ଏହି ସମୟରେ ଏକ ଟ୍ରକ୍(ଓଡି୧୯ଏଫ୍-୦୮୩୩)ରେ ପ୍ରାୟ ୭ଟନ୍ ଚୋରା କୋଇଲା ବୋଝେଇକରି ଅନୁଗୁଳ ଆଡ଼କୁ ଆସୁଥିଲା। ପୋଲିସ ଟ୍ରକକୁ ଅଟକାଇ ଯାଞ୍ଚକରି ଏହା ଚୋରା କୋଇଲା ଥିବା ଜାଣିବାପରେ ଏକ ମାମଲା ରୁଜୁକରି କୋଇଲାସହ ଟ୍ରକକୁ ଜବତକରି ଚାଳକ ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟିର ସିଦ୍ଧେଶ୍ବର ଦେହୁରୀ(୪୬), ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଘୁଞ୍ଚାପାଳ ଗାଁର ଗିରୀଶ ନାଏକ(୪୫) ଓ ରାକେଶ ନାଏକ(୨୦)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply