ସାମ୍ବାଦିକମାନଙ୍କ ପାଇଁ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

You are currently viewing ସାମ୍ବାଦିକମାନଙ୍କ ପାଇଁ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକମାନଙ୍କ ପାଇଁ ଏକ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ରିଚ ଅନୁଷ୍ଠାନ ଓ ଅନୁଗୁଳ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ସହଭାଗିତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼ା ବିଶ୍ବ ବିହାରୀ ମହାନ୍ତି ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଯକ୍ଷ୍ମାକୁ ଦୂର କରିବା ପାଇଁ ସମସ୍ତଙ୍କ ସାହାଯ୍ୟ, ସମର୍ଥନ ଓ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ଯକ୍ଷ୍ମା ମୁକ୍ତ ଭାରତ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଯେଉଁଠି ଗୋଷ୍ଠୀରେ ଯକ୍ଷ୍ମା ସମ୍ବନ୍ଧୀୟ ସଚେତନତା ସ୍ତର କମ୍ ଅଛି ସେହି ସ୍ଥାନରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡ଼ା ପ୍ରଧାନ ପ୍ରକାଶ କରିଥିଲେ। ଯକ୍ଷ୍ମା ରୋଗର ଲକ୍ଷଣ, ଚିହ୍ନଟ, ନିରାକରଣ ଏବଂ ଚିକିତ୍ସା ସମ୍ବନ୍ଧୀୟ ସୂଚନା ଏବଂ ଯକ୍ଷ୍ମା ସମ୍ବନ୍ଧୀୟ ଭେଦଭାବ ଓ କଳଙ୍କକୁ ବନ୍ଦ କରିବା ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ। ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବାବୁଲି ପ୍ରଧାନ ଧନ୍ୟବା ଦଅର୍ପଣ କରିଥିଲେ।

Share

Leave a Reply