ଅନୁଗୁଳ: ବିନା କାରଣରେ ଆକାଉଣ୍ଟରୁ କଟୁଛି ଟଙ୍କା। ଅଭିଯୋଗ ପରେ ବି ଶୁଣୁନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ତୁକୁଡା ଦୁଗ୍ଧ ସମିତିର କର୍ମଚାରୀ।
ତୁକୁଡା ଦୁଗ୍ଧ ସମିତିର କର୍ମଚାରୀଙ୍କ ଅଭିଯୋଗ ମୁତାବକ, ଜରପଡା ଶାଖା ଅନ୍ତର୍ଗତ ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କରେ ସମିତିର ଏକ ଜମା ଖାତା ଅଛି। ସେହି ଆକାଉଣ୍ଟରୁ ବାରମ୍ବାର ଟ୍ୟାକ୍ସ ବାବଦରେ ଟଙ୍କା କଟିବାରେ ଲାଗିଛି। ଇତି ମଧ୍ୟରେ ଆକାଉଣ୍ଟରୁ ଦୁଇ ଲକ୍ଷ ତେର ହଜାର ଟଙ୍କା କଟି ସାରିଲାଣି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ଯ କିଛି ଲାଭ ମିଳିନି। ଏଥିସହ ସମିତି କହିଛି ଯେ ସରକାରଙ୍କ ତରଫରୁ କରୋନା ଯୋଗୁ ଗୋଖାଦ୍ୟ ସହାୟତା ଯୋଗାଇ ଦିଆ ଯାଇଥିବା ବେଳେ ତୁକୁଡା ଦୁଗ୍ଧ ସମିତିର ଚାଷୀ ସେଥିରୁ ବଞ୍ଚିତ ହୋଇଛନ୍ତି। ଏଣୁ ଏହି ଦୁଇଟି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଦାବି ପତ୍ର ପ୍ରଦାନ କରିଛନ୍ତି ତୁକୁଡା ଦୁଗ୍ଧ ସମିତିର ସଭ୍ୟ।