ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତ ମୁଣ୍ଡାଢ଼ିପ ସାହିରେ ଏକ କୂଅ ଭିତରୁ ଯମଜ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ୩ରୁ ୪ ମାସର ଯମଜ ଶିଶୁ।
ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ତପସ୍ୱିନୀ କୌଣସି କାମରେ ପଡ଼ୋଶୀ ଘରକୁ ଯାଇଥିଲେ। କିଛି ସମୟ ପରେ ଘରକୁ ଆସି ଯମଜ ଶିଶୁ ନ ଥିବାର ଦେଖିବାକୁ ପାଇଥିଲେ। ବହୁ ଖୋଜାଖୋଜି କରିବା ପରେ ଘର ପଛ କୂଅ ଭିତରେ ଜଣେ ଶିଶୁଙ୍କ ମୃତଦେହ ଭାସୁଥିଲା। ପରେ ସେହି କୂଅ ଭିତରୁ ଅନ୍ୟ ଜଣେ ଶିଶୁର ମୃତଦେହ ମିଳିଥିଲା। ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପରେ ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବା ସହ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।











