ଜଳଖିଆ ଦୋକାନରୁ ଚୋରିକରି ୨ ଗିରଫ

You are currently viewing ଜଳଖିଆ ଦୋକାନରୁ ଚୋରିକରି ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବ୍ରାହ୍ମଣବିଲ ଗାଁର ଏକ ଜଳଖିଆ ଦୋକାନରୁ ଚୋରିକରିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫକରିଛି।

ସୂଚନା ମୁତାବକ, ଗାଁର ଲିପନ୍ ସାହୁ ଗାଁ ବିଦ୍ୟାଳୟ ନିକଟରେ ଏକ ଜଳଖିଆ ଦୋକାନ ଦେଇଛନ୍ତି। ମଙ୍ଗଳବାର ରାତିରେ ଗାଁର ଜିତେନ୍ଦ୍ର ଦେହୁରୀ(୬୦) ଓ ପ୍ରକାର ନାଏକ(୬୦) ଜଳଖିଆ ଦୋକାନର ତାଲା ଭାଙ୍ଗି ସେଠାରେ ଥିବା ଏକ ଗ୍ୟାସ୍ ସିଲିଣ୍ଡର, ତେଲ, ବେସନ ଓ ଟଙ୍କା ଚୋରି କରିଥିଲେ। ବୁଧବାର ସକାଳେ ଲିପନ୍ ଦୋକାନ ଖୋଲିବାକୁ ଆସି ଚୋରି ସମ୍ପର୍କରେ ଜାଣିବାକୁ ପାଇଲେ।

ତେଣୁ ସେ ସନ୍ଧାନକରି ଜାଣିବାକୁ ପାଇଲେ ଯେ ଗାଁରେ ଦୋକାନ ଦେଇଥିବା ଜିତେନ୍ଦ୍ରଙ୍କ ଦୋକାନରେ ତାଙ୍କ ଗ୍ୟାସ ସିଲିଣ୍ଡରଟି ଅଛି। ଏ ନେଇ ଗାଁ ଭଦ୍ର ଲୋକଙ୍କୁ ଡ଼କାଇ ଜଣାଇଥିଲେ। ଗାଁରେ ମିଟିଂ କରାଇ ଜିତେନ୍ଦ୍ରଙ୍କୁ ସହାୟତା କରିଥିବା ପ୍ରଭାକରଙ୍କୁ ଡ଼କାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏ ନେଇ ଏକ ମାମଲା ରୁଜୁକରି ଉଭୟ ଜିତେନ୍ଦ୍ର ଓ ପ୍ରଭାକରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

Share

Leave a Reply