ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ରବିବାର ସିସିଟିଭି କ୍ୟାମେରା ଚୋରି ଅଭିଯୋଗରେ ୨ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ପରଙ୍ଗ ଗାଁ ନିକଟରେ ଥିବା ଶ୍ରୀମେଟାଲିକ୍ସ ନାମକ ଏକ କାରଖାନା ପରିସରରୁ ଗତ ୧ ତାରିଖ ବିଳମ୍ବିତ ରତିରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁର ଶ୍ରୀତମ ସାହୁ ଓ ଡ଼ାବରଧୁଆ ଗାଁର ଗଜେନ୍ଦ୍ର କଅଁର ସିସିଟିଭି କ୍ୟାମେରା ଚୋରିକରି ନେଇଥିଲେ। ଏ ନେଇ ସଂସ୍ଥଶର ସିକ୍ୟୁରିଟି ଗାର୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି କମ୍ପାନୀରେ କାମକରୁଥିବା ଶ୍ରୀତମ ଓ ଗଜେନ୍ଦ୍ରଙ୍କୁ ଗିରଫକରି ରବିବାର କୋର୍ଟ ଚାଲାଣ କରିଛି।
ସିସିଟିଭି କ୍ୟାମେରା ଚୋରି ଅଭିଯୋଗରେ ୨ ଗିରଫ
- Post published:July 4, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
