କାର ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

You are currently viewing କାର ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥରେ କୁମୁରସିଙ୍ଗ ନିକଟରେ ବୁଧବାର ଅପରାହ୍ନରେ ଏକ କାର ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ସୂଚନା ମୁତାବକ, ଅପରାହ୍ନରେ କୁମୁରସିଙ୍ଗ ଗ୍ରାମର କାହ୍ନୁଚରଣ ସାହୁ(୩୫) ଓ ରାକେଶ ରୋଶନ ମହାପାତ୍ର(୩୨) ଲକ୍ଷ୍ମୀପୂଜା ମଣ୍ଡପରୁ ବାଇକ (ଓଡି-୧୯-ପି-୫୪୯୧) ରେ ରାସ୍ତାପାର ହେଉଥିବା ବେଳେ ସମ୍ବଲପୁର ଅଞ୍ଚଳର ସନ୍ତୋଷ ପ୍ରଧାନ ପରିବାର ଲୋକଙ୍କୁ ନେଇ ଅନୁଗୁଳରୁ ସମ୍ବଲପୁର ଆଡ଼କୁ ଯାଉଥିବା କାର (ଓଡି-୧୯-ଏକ୍ସ-୩୪୦୧) ଧକ୍କା ଦେଇଥିଲା।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଓ ବାଇକ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ କାରରେ ବସିଥିବା ଯାତ୍ରୀ ୨ଜଣ ସାମାନ୍ୟ ଆହତ ହୋଇଥିବା ଥାନାଧିକାରୀ ମନୋଜ ପ୍ରଧାନ ପ୍ରକାଶ କରିଛନ୍ତି।

Share

Leave a Reply