ଅନୁଗୁଳରେ ଦୁଇଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଆୟୋଜିତ

You are currently viewing ଅନୁଗୁଳରେ ଦୁଇଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଆୟୋଜିତ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଥିବା ଓଡ଼ିଶାର ସମସ୍ତ ଜନ ଶିକ୍ଷଣ ସଂସ୍ଥାନ (JSS) କୁ ନେଇ ଅନୁଗୁଳରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ JSS ଅନୁଗୁଳର ଉପାଧ୍ୟକ୍ଷା ସୁଶ୍ରୀ ସଙ୍ଗୀତା ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ପ୍ରଶିକ୍ଷଣ ଶିବିରରେ ପୂର୍ବତନ ପ୍ରଶାସନିକ ଅଧିକାରୀ ହେମନ୍ତ କୁମାର ଦାଶ ପ୍ରଶାସନ ଓ ନେତୃତ୍ୱ ବିକାଶ ଉପରେ ତାଲିମ ପ୍ରଦାନ କରିଥିଲେ। ଦ୍ୱିତୀୟ ଦିନରେ ମନ୍ତ୍ରଣାଳୟର ଡେପୁଟି ସେକ୍ରେଟାରୀ ଇନ୍ଦୁ ଭୂଷଣ ଲେଙ୍କା କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ।

ଉଦଯାପନୀ ଉତ୍ସବରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଏବଂ ପଣ୍ଡିତ ମହେଶ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାର ହିତାଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। JSS ଅନୁଗୁଳର ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡା ଓ ତାଙ୍କ ସହକର୍ମୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Share

Leave a Reply