ଦୁଇ ହରିଣ ଶିକାରୀ ଗିରଫ, ଶିଙ୍ଗ ଜବତ

You are currently viewing ଦୁଇ ହରିଣ ଶିକାରୀ ଗିରଫ, ଶିଙ୍ଗ ଜବତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର ଅନ୍ତୁଳିଆ ସେକ୍ସନର ରୋଡ଼ସିଂହା ଗ୍ରାମରୁ ଦୁଇ ହରିଣ ଶିକାରୀକୁ ଗିରଫ କରିଛି ଜରପଡା ବନ ବିଭାଗ। ଗିରଫମାନେ ହେଲେ ରୋଡ଼ସିଂହାର ରୋହିତ ବେହେରା ଓ ସତ୍ୟବାନ ପ୍ରଧାନ।

ସୂଚନା ମୁତାବକ, ରୋଡ଼ସିଂହା ଗ୍ରାମ୍ୟ ଜଙ୍ଗଲରୁ ଗତ ୧୪ ତାରିଖ ଦିନ ୪ ଜଣ ଶିକାରୀ ହରିଣ ଶିକାର କରି ମାଂସ ଭାଗ କରି ଆଣିଥିଲେ l ଏ ନେଇ ଜରପଡା ବନ ବିଭାଗ ଜାଣିବାପରେ ଜରପଡା ବନାଞ୍ଚଳ କେସ ନଂ ୩ ଜେ/ ୨୩ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଚଳାଇଥିଲେ l ରବିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ରୋଡସିଂହା ଗ୍ରାମରେ ଚଢ଼ାଉ କରି ରୋହିତ ବେହେରାଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ଏକ ହରିଣ ଶିଙ୍ଗ ଜବତ କରିଥିଲେ l ବନବିଭାଗଙ୍କୁ ପଚାରାଉଚରା କରିବା ପରେ ସେହି ଗ୍ରାମର ସତ୍ୟବାନ ପ୍ରଧାନ ତାଙ୍କ କୁକୁର ଲଗାଇ ହରିଣ ଶିକାର କରିଥିବା ସ୍ୱୀକାର କରିଥିଲେ l ଏହା ପରେ ବନବିଭାଗ ଚଢ଼ାଉ କରି ସତ୍ୟବାନଙ୍କୁ ଗିରଫ କରିଥିଲେ l ଏହି ଘଟଣାରେ ଫେରାର ଅନ୍ୟ ଦୁଇ ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ମାଧବ ନାଏକ ପ୍ରକାଶ କରିଛନ୍ତି l

Share

Leave a Reply