ତାଳଚେର : ତାଳଚେର ଟାଉନ ଥାନା ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ଚୋରାବାଲି ଟ୍ରକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୂଚନା ମୁତାବକ, ତାଳଚେର ବ୍ଲକ ଅନ୍ତର୍ଗତ ଶିରିଗିଡ଼ା ଅଞ୍ଚଳ ବ୍ରାହ୍ମଣୀନଦୀରୁ ବାଲି ଚାଲାଣ ହେଉଥିବା ବେଳେ ବାଙ୍କଧରା ରାସ୍ତାରେ ପୋଲିସ୍ ଅଟକାଇ ସେମାନଙ୍କର କାଗଜପତ୍ର ଯାଞ୍ଚ କରିଥିଲା। ଏହି ସମୟରେ ଚାଳକ କୌଣସି କାଗଜପତ୍ର ଦେଖାଇନଥିବାରୁ ପୋଲିସ୍ ହାଇୱା ଦୁଇଟିକୁ ଜବତ କରିବା ସହ ଚାଳକ ଅଶୋକ କୁମାର ଭୂୂତିଆ ଓ ଦୀନବନ୍ଧୁ ମହାକୂଡ଼କୁ ଗିରଫ କରିଥିଲା।


