ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ ବଉଳି ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଏକ କାର ଓଲଟି ପଡ଼ିଛି। ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ କାରଟି ଓଲଟି ପଡ଼ିଥିବା ଜଣାଯାଇଛି। ତେବେ ସୌଭାଗ୍ୟବଶତଃ କାରରେ ଥିବା ଦୁଇ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ସାମାନ୍ୟ ଆହତ ହୋଇଛନ୍ତି। ଏଣୁ ଉଭୟଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ସୂଚନା ମିଳିଛି।
ଇଲେକ୍ଟ୍ରିକ ଖୁଣ୍ଟରେ ପିଟି ହୋଇ ରାସ୍ତା ତଳକୁ ଓଲଟି ପଡ଼ିଲା କାର୍, ୨ ଆହତ
- Post published:November 25, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul