ଅଳ୍ପକେ ବର୍ତ୍ତିଲେ ଦୁଇ

You are currently viewing ଅଳ୍ପକେ ବର୍ତ୍ତିଲେ ଦୁଇ

ଅନୁଗୁଳ: ଅନୁଗୁଳ ବ୍ଲକ ସଦର ଥାନା ରନ୍ତଲେଇ ପେଟ୍ରୋଲ ଟାଙ୍କି ନିକଟରେ ସୋମବାର ଦିନ ପ୍ରାୟ ସାଢ଼େ ୧୨ଟା ବେଳକୁ ଏକ ଟ୍ରେଲର ଏକ ବାଇକ୍ ଓ ସାଇକେଲ୍ କୁ ଧକ୍କା ଦେଇଥିଲା ଫଳରେ ବାଇକ୍ ସହ ସାଇକେଲ ଚୂରମାର୍ ହୋଇଯାଇଥିଲା । ତେବେ ବାଇକ ଚାଳକ ଓ ସାଇକେଲ ଚାଳକ ଅଳ୍ପକେ ବର୍ତି ଯାଇଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ମାଧ୍ୟମରେ ଘଟଣାର ସମାଧାନ ହୋଇଥିଲା। ଅନ୍ୟ ପକ୍ଷରେ ରକ୍ତଲେଇ ପେଟ୍ରୋଲ ଟାଙ୍କି ପାଖରେ ଥିବା ୫୫ନମ୍ବର ଜାତୀୟ ରାଜପଥ କଡ଼କୁ ଲାଗି ବେଆଇନ ଗାଡି ପାକିଂ ପାଇଁ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଫଳରେ ଜାତୀୟ ରାଜପଥରେ ଯାଉଥିବା ବାଇକ୍ ଓ ସାଇକେଲ ଚାଳକମାନେ ଦୁର୍ଘଟଣାରେ ଖଣ୍ଡିଆ ଖାବରା ହେଉଛନ୍ତି ।

Share

Leave a Reply