ହାତୀ ଉପଦ୍ରବରେ ଲୋକେ ଆତଙ୍କିତ

0

ଅନୁଗୁଳ: କିଶୋରନଗର ବ୍ଲକ୍ ହଣ୍ଡପା ରେଞ୍ଜ ପାର୍ବତୀପୁର, ଧୁଣ୍ଡି, ବଡହୁଲା, ଜାମ୍ବୁନାଳି ଆଦି ଗ୍ରାମରେ କିଛି ଦିନ ହେବ ହାତୀ ଉପଦ୍ରବ ଲାଗିରହିଛି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ବନ ବିଭାଗ ଏ ନେଇ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଘଟଣାରୁ ଜଣାଯାଇଛି ଯେ, ନିକଟସ୍ଥ ଜଙ୍ଗଲରୁ ୪ରୁ୫ଟି ହାତୀ ଗ୍ରାମଗୁଡିକୁ ପଶି ଆସି ପନିପରିବା ଚାଷକୁ କ୍ଷତି କରୁଛନ୍ତି । ଏଥିସହ ଧାନ ତଳିଗୁଡିକୁ ପାଦରେ ଦଳି ନଷ୍ଟ କରୁଛନ୍ତି। ଗ୍ରାମ ରାସ୍ତାରେ ହାତପଲ ଗର୍ଜନ କରୁଥିବା ବେଳେ ଗ୍ରାମବାସୀ ତାଟି କବାଟ ପକାଇ ରହୁଛନ୍ତି । ଏ ନେଇ ବନବିଭାଗ କର୍ମଚାରୀକୁ ସୂଚନା ଦିଆଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଗ୍ରାମବାସୀ କହିଛନ୍ତି।

Leave A Reply

Your email address will not be published.

error: Content is protected !!