ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ରବିବାର ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ ଆକ୍ରାନ୍ତ ଦୁବାଇ ଫେରନ୍ତା। ସେମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ନମୁନା ସଂଗ୍ରହ କରାଯାଇ ଜିନୋମ୍ ସିକ୍ୱେନ୍ସିଂ ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ(ଆଇଏଲ୍ଏସ୍)କୁ ପଠାଯାଇଥିଲା । ସେଠାରେ ସେମାଙ୍କର ନମୂନା ଓମିକ୍ରନ୍ ଚିହ୍ନଟ ହୋଇଚି। ତେବେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଅଛି ନା’ ନାହିଁ, ଏବଂ ଆକ୍ରାନ୍ତଙ୍କ ସଂପର୍କରେ ଅନ୍ୟ ତଥ୍ୟ ଜିଲ୍ଲା ପ୍ରଶାସନ ଠାରୁ ସଂଗ୍ରହ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ହୋଇଛି ବୋଲି ସୂଚନା ଦେବା ସହ ସେମାନଙ୍କ ଟେଷ୍ଟିଙ୍ଗ ସରିଛି ବୋଲି କହିଛନ୍ତି । ଆରଟିପିସିଆର ଟେଷ୍ଟରେ ସେମାନଙ୍କ ପରିବାର ଓ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ନେଗେଟିଭ ଥିବା ଜିଲ୍ଲାପାଳ କହିଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ମଧ୍ୟ ସେ କହିଛନ୍ତି।
ଅନୁଗୁଳରୁ ୨ଜଣ ଓମିକ୍ରନ୍ ପଜିଟିଭ୍
- Post published:January 2, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
