ଡିଜେ ଉପରେ ଉଲଗ୍ନ ଓ ଅଶ୍ଳୀଳ ନୃତ୍ୟ କରିବା ଘଟଣା; ୨ ଗିରଫ, ଜଣେ ଫେରାର

You are currently viewing ଡିଜେ ଉପରେ ଉଲଗ୍ନ ଓ ଅଶ୍ଳୀଳ ନୃତ୍ୟ କରିବା ଘଟଣା; ୨ ଗିରଫ, ଜଣେ ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳାରେ ଶନିବାର କାର୍ତ୍ତିକେଶ୍ଵର ଭସାଣି ବେଳେ ଦୁଇପୂଜା କମିଟିର ଡିଜେ ପ୍ରତିଯୋଗିତା ବେଳେ ଯୁବକଙ୍କ ଉଲଗ୍ନ ଓ ଅଶ୍ଳୀଳ ନୃତ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ଭଳି ଘଟଣାକୁ ଗୁରୁତ୍ବର ସହ ନେଇଛି ବନ୍ତଳା ପୋଲିସ। ଏନେଇ ଗତ ରବିବାର ବନ୍ତଳା ପୋଲିସ ପକ୍ଷରୁ ଏଏସଆଇ ନୀଳାଞ୍ଚଳ ବିଶ୍ୱାଳ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବୁଧବାର ଘଟଣାରେ ସଂପୃକ୍ତ ୨ ଯୁବକଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଦୁଇଜଣ ହେଲେ ହମାମୀରା ଗ୍ରାମର ମାନସ ବେହେରା (୩୦) ଓ କାମାକ୍ଷା ବେହେରା ବେହେରା (୩୪)। ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଯୁବକ କୁଲୁ ସାହୁ ଫେରାର ଥିବା ବେଳେ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ବନ୍ତଳା ଥାନା ଅଧିକାରୀ ନଟବର ନନ୍ଦ ପ୍ରକାଶ କରିଛନ୍ତି।

Share

Leave a Reply