ଅନୁଗୁଳ: ବଅଁରପାଳ ନିକଟସ୍ଥ ଆଶା ଟକିଜ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ମୋବାଇଲ୍ ଦୋକାନରେ ଚୋରି ବେଳେ ପୋଲିସ ଦୁଇଜଣଙ୍କୁ କାବୁ କରି କୋର୍ଟଚାଲାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ବଅଁରପାଳ ପଞ୍ଚାୟତ ଅପ୍ରତିପୁର ଗ୍ରାମର ପ୍ରକାଶ ଭୋଇ ଓ ନିଶିକାନ୍ତ ଭୋଇ।
ଚୋରି ହୋଇଥିବା ନଣ୍ଡାବୀର୍ ଦୋକାନ ମାଲିକ ପ୍ରବୋଧ ସାହୁଙ୍କ କହିବାନୁସାରେ, ଜୁଲାଇ ୧୭ ତାରିଖ ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପରଦିନ ସକାଳେ ସେ ବ୍ୟାୟାମ ପାଇଁ ଜାତୀୟ ରାଜପଥରେ ଯାଉଥିବା ବେଳେ ପୋଲିସର ପାଟ୍ରୋଲିଂ ଗାଡି ଆସିବାରୁ ଦୁଇ ଜଣ ତାଙ୍କ ଦୋକାନ କବାଟ ପାଖରୁ ଦୌଡ଼ି ପଳାଇ ଯାଇଥିଲେ।
ପ୍ରବୋଧ ଯାଇ ଦେଖିବା ବେଳକୁ ତାଙ୍କ ଦୋକାନର କବାଟ ତାଲା ଭାଙ୍ଗା ଯାଇଛି। ପୋଲିସ ଓ ଦୋକାନ ମାଲିକ ମିଶି କବାଟ ଖୋଲିବାକୁ ଚେଷ୍ଟା କରି ଖୋଲି ପାରି ନଥିଲେ। କିଛି ସମୟ ପରେ ଦୁଇ ଅଭିଯୁକ୍ତ କବାଟ ଖୋଲିବା ପରେ ପୋଲିସ ତାଙ୍କୁ କାବୁ କରିଥିଲା। ପୋଲିସ ମାମଲାକୁ ନେଇ ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ପୋଲିସ ଅଭିଯୁକ୍ତଙ୍କ ଠାରୁ ବିପୁଳ ପରିମାଣର ମୋବାଇଲ ସମାଗ୍ରୀ ସହିତ ପ୍ରାୟ ୬ଟି ଦାମୀ ମୋବାଇଲ ଜବତ କରିଛି। ତେବେ ଠିକ ସମୟରେ ପୋଲିସ ପହଞ୍ଚିବା ଯୋଗୁ ତାଙ୍କ ଦୋକାନ ଚୋରି ହେବାରୁ ବର୍ତ୍ତି ଯାଇଛି ବୋଲି ଦୋକାନ ମାଲିକ କହିଛନ୍ତି।