ବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ, ବନ୍ଧୁକ ଦେଖାଇବା ସହ କାଚ ଭାଙ୍ଗିବା ଅଭିଯୋଗରେ ଦୁଇ ଗିରଫ

You are currently viewing ବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ, ବନ୍ଧୁକ ଦେଖାଇବା ସହ କାଚ ଭାଙ୍ଗିବା ଅଭିଯୋଗରେ ଦୁଇ ଗିରଫ

ଅନୁଗୁଳ: ବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ। ଏହି ଘଟଣାକୁ ନେଇ ବଅଁରପାଳ ଥାନା ନୂଆହତା ଗୋପାଳ ସାହିସ୍ଥିତ ତୃପ୍ତି ମୋଟର ସମ୍ମୁଖ ୫୫ନଂ ଜାତୀୟ ରାଜପଥରେ ୨ ଅଜଣା ବ୍ୟକ୍ତି ବସ୍ ଚାଳକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଛି। ଏ ନେଇ ଅଭିଯୋଗ କରିବା ପରେ ବଅଁରପାଳ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ବଅଁରପାଳ ପଞ୍ଚାୟତର ପିଣ୍ଟୁ ନାଏକ ଓ କୁସନା ଅଞ୍ଚଳର କଷ୍ଟୁ ନାଏକଙ୍କ ପୁଅ କାଳିଆ ନାଏକ।

ସୂଚନା ଅନୁଯାୟୀ, ଏକ ଘରୋଇ କାରଖାନାରୁ ବସଟି ଫେରୁଥିବା ବେଳେ ସାଇଡ଼୍ ଦେବାକୁ ନେଇ ଦୁଇ ଜଣ ଯୁବକ ଗାଡ଼ି ଅଟକାଇଥିଲେ। ଏଥିସହ ଦେଶୀ ବନ୍ଧୁକ ଦେଖାଇ ଚାଳକ ଓ କର୍ମଚାରୀଙ୍କୁ ଭୟଭୀତ କରିବା ସହ ଗାଡ଼ି କାଚ ଭାଙ୍ଗିଦେଇଥିଲେ।

ଏନେଇ ବସ୍ ଚାଳକ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରି ସିସିଟିଭି ଫୁଟେଜ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ଏକ ବିନା କାଗଜପତ୍ରର ଦେଶୀ ବନ୍ଧୁକ ସହ ଚାରୋଟି ଜୀବନ୍ତ ଗୁଳି ଜବତ କରି ପୋଲିସ କୋର୍ଟଚାଲାଣ କରିଥିବା ଜଣାଯାଇଛି।

Share

Leave a Reply