ହଣ୍ଡପା ବନ ବିଭାଗକୁ ବଡ଼ ସଫଳତା: ୨ ଲକ୍ଷ ଟଙ୍କାର ଶାଳ କାଠ ସହ ଦୁଇଟି ପିକଅପ୍ ଭ୍ୟାନ ଜବତ

You are currently viewing ହଣ୍ଡପା ବନ ବିଭାଗକୁ ବଡ଼ ସଫଳତା: ୨ ଲକ୍ଷ ଟଙ୍କାର ଶାଳ କାଠ ସହ ଦୁଇଟି ପିକଅପ୍ ଭ୍ୟାନ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡା ନିକଟରୁ ହଣ୍ଡପା ବନ ବିଭାଗ ଚୋରା ଶାଳ କାଠ ବୋଝେଇ ୨ଟି ପିକଅପ୍ ଭ୍ୟାନ୍ ଜବତ କରିଛି। ଏଥିରେ ୨ ଲକ୍ଷ ଟଙ୍କାର ଶାଳ କାଠ ଥିବା ଅନୁମାନ କରାଯାଉଛି।
ସୂଚନା ମୁତାବକ, ୨ଟି ପିକଅପ୍ ଭ୍ୟାନ୍ (ଓଆର ୧୯ ଡି ୧୭୧୯ ) ଓ (ଓଆର ୧୯ ସି ୮୧୭୧ ) ରେ ରେଢ଼ାଖୋଲରୁ ଶାଳ କାଠ ବୋଝେଇ କରି ଅନୁଗୁଳ ଆସୁଥିବା ନେଇ ଆଠମଲ୍ଲିକ ଡିଏଫ୍ଓ ସୂଚନା ପାଇଥିଲେ। ଖବର ପାଇ ହଣ୍ଡପା ରେଞ୍ଜର ନରେନ୍ଦ୍ର ଗମାଙ୍ଗଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଫରେଷ୍ଟର ସୁବ୍ରତ ଶତପଥୀ, ଆଲୋକ ନାଥ ମିଶ୍ରଙ୍କ ସମେତ କର୍ମଚାରୀ ହଣ୍ଡପା ଠାରୁ ଉକ୍ତ ୨ ଟି ଗାଡ଼ିକୁ ପିଛା କରି ଲୁହାମୁଣ୍ଡା ଠାରେ ଜବତ କରିଥିଲେ। ବନ ବିଭାଗ କର୍ମଚାରୀଙ୍କ ଚଢ଼ଉକୁ ଦେଖି ଚାଳକ ମାନେ ୨ଟି ଯାକ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିବା ଜଣାଯାଇଛି।

Share

Leave a Reply