ଅନୁଗୁଳ: ଆସନ୍ତା ସେପ୍ଟେମ୍ବର ୧୦ ରୁ ୧୨ ତାରିଖ ଯାଏ ବିହାରର ପାଟନା ଠାରେ ଅନୁଷ୍ଠିତ ହେବାକୁ ଥିବା ୩୩ ତମ ପୂର୍ବାଞ୍ଚଳ ଦୌଡ କୁଦ ପ୍ରତିଯୋଗିତାରେ ଅନୁଗୁଳରୁ ଦୁଇ ଜଣ ପ୍ରତିଯୋଗୀ ଭାଗ ନେବେ।
୧୬ ବର୍ଷରୁ କମ ବିଭାଗରେ ଅନୁଗୁଳର ଆଶୁତୋଷ ସିଂ ୫ ହଜାର ମିଟର ଚାଲି ଓ ୨୦ ବର୍ଷରୁ କମ ବିଭାଗରେ ଗୋବିନ୍ଦ ପାଣ୍ଡେ ୧୦ ହଜାର ମିଟର ଚାଲି ପ୍ରତିଯୋଗୀତରେ ଅଂଶ ଗ୍ରହଣ କରିବେ।ଏଥିପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଓ କୋଚ ନୀଳମଣି ଦାସ ଦୁଇ କ୍ରୀଡ଼ାବିତଙ୍କ ସଫଳତା କାମନା କରିଛନ୍ତି ।