ବାଇକକୁ ଧକ୍କା ଦେଲା ଟ୍ରକ, ୨ ଆରୋହୀ ଗୁରୁତର

You are currently viewing ବାଇକକୁ ଧକ୍କା ଦେଲା ଟ୍ରକ, ୨ ଆରୋହୀ ଗୁରୁତର

ଅନୁଗୁଳ: ବୁଧବାର ସକାଳେ ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ବାଇକ୍ ସହ ଟ୍ରକ୍ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବାଇକ ସହ ଟ୍ରକ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ବାଇକରେ ବସିଥିବା ଦୁଇ ଜଣ ତଳେ ପଡ଼ିଯାଇଥିଲେ। ଜଣଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗି ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣେ ଅଚେତ ହୋଇଯାଇଥିଲେ। ପୁଲିସ ଓ ଟ୍ରାଫିକ କର୍ମଚାରୀ ପହଞ୍ଚି ଦୁଇ ବାଇକ ଆରୋହୀଙ୍କୁ ନିକଟସ୍ଥ ମଣ୍ଡାପାଳ ହସ୍ପିଟାଲକୁ ପଠାଇବା ସହ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

Share

Leave a Reply