ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଜନୈକା ନାବାଳିକା ଅପହରଣ ଅଭିଯୋଗରେ ପୁଲିସ ଶୁକ୍ରବାର ୨ ଜଣ ଯୁବକଙ୍କୁ ଗିରଫ କରିଛି । ସୂଚନା ଯେ, ଗତ ମଙ୍ଗଳବାର ସକାଳେ ନାବାଳିକା ସ୍କୁଲ୍ ଯାଇଥିଲା।ହେଲେ ରାସ୍ତାରୁ ଷଣ୍ଢପାଳ ଗାଁର ଅଲେଖ ଭୁତିଆ(୨୩) ଓ ଦୀପକ ଭୁତିଆ(୨୩) ତାକୁ ଅପହରଣ କରିଥିଲେ । ଏ ନେଇ ନାବାଳିକାର ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ୧୨ ତାରିଖ ରାତିରେ ଢେଙ୍କାନାଳ ଜିଲ୍ଲାର ପାଣିଭଣ୍ଡାର ଗାଁରୁ ନାବାଳିକାକୁ ଉଦ୍ଧାର କରିଥିଲା । ମୁଖ୍ୟ ଅଭିଯୁକ୍ତ ଅଲେଖ ପୋଲିସକୁ ଦେଖି ଫେରାର ହୋଇଯାଇଥିଲା । ଶୁକ୍ରବାର ପୁଲିସ ୨ ଅଭିଯୁକ୍ତ ଅଲେଖ ଓ ଦୀପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ନାବାଳିକା ଅପହରଣ, ୨ ଗିରଫ
- Post published:July 15, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
