ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେଲା ଅଲଟ୍ରାସାଉଣ୍ଡ ମେସିନ୍, ପ୍ରଥମ ଦିନରେ ସେବା ପାଇଲେ ୧୫ ମହିଳା

You are currently viewing ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେଲା ଅଲଟ୍ରାସାଉଣ୍ଡ ମେସିନ୍, ପ୍ରଥମ ଦିନରେ ସେବା ପାଇଲେ ୧୫ ମହିଳା

ତାଳଚେର: ତାଳଚେର ମଣ୍ଡାପାଳସ୍ଥିତ ସରକାରୀ ଚିକିତ୍ସାଳୟରେ ଆଜି ଅଲଟ୍ରା ସାଉଣ୍ଡ ମେସିନ୍ କାର୍ଯ୍ୟକ୍ଷମ ହୋଇଛି। ଅଞ୍ଚଳବାସୀଙ୍କ ଦୀର୍ଘବର୍ଷ ଦାବି ପରେ ଏହି ମେସିନ୍ ଅଣାଯାଇଥିଲେ ମଧ୍ୟ ଟେକନିସିଆନ୍ ଓ ଡାକ୍ତର ଅଭାବରୁ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆଜି ମେସିନ କାର୍ଯ୍ୟକ୍ଷମ ହେବାରୁ ୧୫ ଜଣ ମହିଳାଙ୍କର ଅଲଟ୍ରାସାଉଣ୍ଡ କରାଯାଇଛି।

ସୂଚନାଯୋଗ୍ୟ ଯେ ହସ୍ପିଟାଲରେ ଦୈନିକ ୨ଶହରୁ ୩ଶହ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। କିନ୍ତୁ ଏଠାରେ ଆବଶ୍ୟକ ଅନୁସାରେ ଡାକ୍ତର ନାହାନ୍ତି। ଏଣୁ ଏଠାରେ ଡାକ୍ତର ନିଯୁକ୍ତ କରିବା ସହ ବିଭିନ୍ନ ମେସିନ ଆଣି ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share

Leave a Reply