ଅନୁଗୁଳ: ଆଜିଠାରୁ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗର ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। କଦମ ପଡିଆରେ ଅନୁଷ୍ଠିତ ବାଳକ ବିଭାଗ ମ୍ୟାଚରେ ଅନୁଗୁଳ କୋରାପୁଟକୁ ୨ ୱିକେଟରେ, ଢେ଼ଙ୍କାନାଳ ରାୟଗଡ଼ାକୁ ୪୩ ରନରେ, ବଲାଙ୍ଗୀର କୋରାପୁଟକୁ ୩୩ ରନରେ ପରାସ୍ତ କରିଛି। ପିଟିଶି ପଡିଆରେ ଗଞ୍ଜାମ ପୁରୀକୁ ୮ ୱିକେଟ, କେଉଁଝର କନ୍ଧମାଳକୁ ୭୯ ରନରେ ପରାସ୍ତ କରିଛି।ଏହାଛଡା ମାଲକାନଗିରି ଦେବଗଡ଼କୁ ୨ ୱିକେଟରେ ଭୁବନେଶ୍ୱର ଖୋର୍ଦ୍ଧା କୁ ୫୭ ରନ, ମାଲକାନଗିରି ବୌଦ୍ଧକୁ ୮ ୱିକେଟ, ସୁନ୍ଦରଗଡ଼ ନୟାଗଡ଼କୁ ୧୦ ୱିକେଟ, ବରଗଡ଼ ସୋନପୂରକୁ ୪୮ ରନ, କଟକ ନୟାଗଡ଼କୁ ୧୬ ରନ, ଭଦ୍ରକ କଳାହାଣ୍ଡିକୁ ୧୭ ରନ,ମୟୂରଭଞ୍ଜ ଗଞ୍ଜାମ କୁ ୮ ରନ ଏବଂ ବାଲେଶ୍ବର କେନ୍ଦ୍ରାପଡ଼ାକୁ ୬୪ ରନରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଟାଉନ ହାଇସ୍କୁଲ ପଡ଼ିଆରେ ଆୟୋଜିତ ମହିଳା ମ୍ୟାଚରେ ବାଲେଶ୍ବର ଭୁବନେଶ୍ବରକୁ ୮ ୱିକେଟରେ ଅନୁଗୋଳ ମୟୂରଭଞ୍ଜକୁ ୫ ରନରେ ପରାସ୍ତ କରିଥିଲା।
୧୭ ବର୍ଷରୁ କମ ରାଜ୍ୟ ସ୍ତରୀୟ କ୍ରିକେଟ
- Post published:February 11, 2023
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul