୧୭ ବର୍ଷରୁ କମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା

You are currently viewing ୧୭ ବର୍ଷରୁ କମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା

ଅନୁଗୁଳ: ଚଳିତ ଅକ୍ଟୋବର ୧୩ ତାରିଖରୁ ୧୫ ତାରିଖ ଯାଏ ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ହେବ ଜିଲ୍ଲା ସ୍ତରୀୟ ସତର ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା।

ଏହି ଟୁର୍ଣ୍ଣାମେଣ୍ଟରେ ୮ ବାଳକ ଓ ୬ଟି ବାଳିକା ଦଳ ଅଂଶଗ୍ରହଣ କରିବେ। ରାଜ୍ୟରେ ସତର ବର୍ଷରୁ କମ ବାଳିକା ଦଳର ବିଶ୍ୱକପ ଆୟୋଜିତ ହେଉ ଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ସବୁ ଜିଲ୍ଲାରେ ଏଭଳି ପ୍ରତିଯୋଗିତା ଆୟୋଜିତ ହେଉଛି। ରାଜ୍ୟ ସରକାର ଜିଲ୍ଲାକୁ ଦେଇଥିବା ୧୫୦୦ ଫିଫା ଫୁଟବଲ ୧୪୦ଟି ସ୍କୁଲକୁ ମଧ୍ୟ ବଣ୍ଟନ କରାଯିବ। ଟୁର୍ଣ୍ଣାମେଣ୍ଟ ସକାଳ ଦଶ ଘଟିକା ସମୟରେ ଉଦଘାଟିତ ହେବ ।

Share

Leave a Reply